Latest Odisha News

BREAKING NEWS

ଜେ କ୍ରିଷ୍ଣା କିଶୋର ହେଲେ ନୂଆ ମୁଖ୍ୟ ଆୟକର ଆୟୁକ୍ତ

ଭୁବନେଶ୍ୱର: ୧୯୯୦ ବ୍ୟାଚର ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀ ଜେ. କ୍ରିଷ୍ଣା କିଶୋରଙ୍କୁ ମୁଖ୍ୟ ଆୟକର ଆୟୁକ୍ତ ଭାବେ ପଦୋନ୍ନତି ମିଳିଛି । ବର୍ତ୍ତମାନ ଶ୍ରୀ କିଶୋର ଆୟକର ବିଭାଗ ଓଡ଼ିଶା ପ୍ରାନ୍ତର ତଦନ୍ତ ନିର୍ଦ୍ଦେଶାଳୟରେ ପ୍ରମୁଖ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି । ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ର ପ୍ରତ୍ୟକ୍ଷ ଟିକସ ବୋର୍ଡ ପକ୍ଷରୁ ତାଙ୍କ ପଦୋନ୍ନତି ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଶ୍ରୀ ଜେ କ୍ରିଷ୍ଣା କିଶୋରଙ୍କର ଆୟକର କ୍ଷେତ୍ରରେ ଯଥେଷ୍ଟ ଅଭିଜ୍ଞତା ଓ କାର୍ଯ୍ୟ ଦକ୍ଷତା ରହିଛି । ସେ ଜଣେ ସଚ୍ଚୋଟ ଅଧିକାରୀ ଭାବେ ପରିଚିତ । ଓଡ଼ିଶାରେ ତାଙ୍କର କାର୍ଯ୍ୟକାଳ ସମୟରେ ଆୟକର ତଦନ୍ତ ନିର୍ଦ୍ଦେଶାଳୟ ସବୁ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ତାଙ୍କର ତତ୍ତ୍ୱାବଧାନରେ ସବୁଠୁ ଅଧିକ ନଗଦ ଟଙ୍କା ଜବତ କରାଯିବା ସହିତ ସର୍ବାଧିକ ଗୋପନୀୟ ଆୟ ଠାବ କରାଯିବା କ୍ଷେତ୍ରରେ ସଫଳତା ମିଳିଛି ।

Leave A Reply

Your email address will not be published.