Latest Odisha News

BREAKING NEWS

ବାରବାଟୀ ଦିନିକିଆ: ରୋହିତଙ୍କୁ ‘ପ୍ଲେୟାର ଅଫ ଦି ସିରିଜ’ କୋହଲୀ ଜିତିଲେ ‘ପ୍ଲେୟାର ଅଫ ଦି ମ୍ୟାଚ’ ପୁରସ୍କାର

କଟକ: ବାରବାଟୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ୩ୟ ତଥା ଚୂଡ଼ାନ୍ତ ଦିବାରାତ୍ର ମ୍ୟାଚରେ ଭାରତ ମ୍ୟାଚ ଜିତିବା ସହିତ ଶୃଙ୍ଖଳାକୁ ୨-୧ରେ ଜିତିପାରିଛି । ୱେଷ୍ଟଇଣ୍ଡିଜ ଠାରୁ ସମସ୍ତ ବିଭାଗରେ ଉନ୍ନତ ଖେଳ ପ୍ରଦର୍ଶନ କରି ଭାରତ ଏହି ଦିନିକିଆ ସିରିଜ୍ ଜିତିପାରିଛି ।

ରୋହିତ ଶର୍ମା ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ‘ପ୍ଲେୟାର ଅଫ ଦି ସିରିଜ’ ପୁରସ୍କାର ଜିତିଛନ୍ତି । ଏହା ବ୍ୟତୀତ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲୀ ଆଜି ବାରବାଟୀରେ ଲକି ସାବ୍ୟସ୍ତ ହୋଇଥିବା ବେଳେ ‘ପ୍ଲେୟାର ଅଫ ଦି ମ୍ୟାଚ’ ପୁରସ୍କାର ହାସଲ କରିଛନ୍ତି ।

ଆଜି ଏହି ମ୍ୟାଚକୁ ବାରବାଟୀରେ ଓଡ଼ିଶାର ପ୍ରାୟ ୪୫,୦୦୦ ଦର୍ଶକ ମନଭରି ଉପଭୋଗ କରିଥିଲେ । ଭାରତୀୟ ଦଳର ବିଜୟ ହାସଲକୁ ସମସ୍ତ ଦର୍ଶକ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିଲେ ।

Leave A Reply

Your email address will not be published.