Latest Odisha News

BREAKING NEWS

କରୋନା ମୁକାବିଲା; କୋଭିଡ୍‌ କେୟାର ସେଣ୍ଟରକୁ ୨୫୦ଟି ବେଡ୍‌ ଦେଲେ ନିର୍ମାତା ରୋହିତ ଶେଟ୍ଟୀ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀ ଦିଲ୍ଲୀର ଗୁରୁ ତେଗ ବାହାଦୂର କୋଭିଡ୍‌ କେୟାର ସେଣ୍ଟରକୁ ୨୫୦ଟି ଶଯ୍ୟା ଦାନ କରିଛନ୍ତି। କୋଭିଡ-୧୯ ରିଲିଫ କାର୍ଯ୍ୟରେ ସେ ଆଉ ଜଣେ ବଲିଉଡ୍‌ ସେଲିବ୍ରିଟି ଭାବେ ସାମିଲ୍‌ ହୋଇଛନ୍ତି। ଏହାସହିତ ସେ ଅନ୍ୟାନ୍ୟ ଚିକିତ୍ସା ସୁବିଧା ଯୋଗାଇଦେବାରେ ମଧ୍ୟ ସାହାଯ୍ୟ କରୁଛନ୍ତି।

ଚଳିତ ବର୍ଷ ପ୍ରାରମ୍ଭରେ କରୋନାଭାଇରସ୍ ମହାମାରୀ ସମୟରେ ମୁମ୍ବାଇ ପୋଲିସକୁ ସମର୍ଥନ କରିଥିବାରୁ ଫିଲ୍ମ ନିର୍ମାତା ରୋହିତ ଶେଟ୍ଟୀଙ୍କୁ ପୁରସ୍କୃତ କରାଯାଇଥିଲା।

Comments are closed.