Latest Odisha News

BREAKING NEWS

ପେସ ବୋଲର ପ୍ରସିଦ୍ଧ କରୋନା ସଂକ୍ରମିତ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ପ୍ରିସିଦ୍ଧ କ୍ରିଷ୍ଣା କରୋନା ସଂକ୍ରମିତ ହୋଇଛନ୍ତି । ଆଇପିଏଲରେ ସେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିଲେ । ସେ କୋଲକାତାର ୪ର୍ଥ ଖେଳାଳି ଭାବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବାଙ୍ଗାଲୋରରେ ନିଜ ଘରେ ସେ ଆଇସୋଲେଶନରେ ରହିଛନ୍ତି । ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ସେ ଟେଷ୍ଟ କରାଇଥିଲେ ଏବଂ ଏହା ପଜିଟିଭ ଆସିଥିଲା ।

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଟିମରେ ତାଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ରଖା ଯାଇଥିଲା । ବରୁଣ ଚକ୍ରବର୍ତି ଓ ପ୍ରସିଦ୍ଧ ଭଲ ସାଙ୍ଗ ହୋଇଥିବାରୁ ପ୍ରାୟ ଏକତ୍ର ଚଳିଥାନ୍ତି । ବରୁଣଙ୍କଠାରୁ ସେ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି । ବିସିସିଆଇ ପ୍ରସିଦ୍ଧଙ୍କୁ ଇଂଲଣ୍ଡ ଗସ୍ତରେ ପଠାଇବା ନେଇ ଦ୍ୱନ୍ଦ୍ୱରେ ରହିଛି ।

Leave A Reply

Your email address will not be published.