Latest Odisha News

BREAKING NEWS

କଂଗ୍ରେସର ସିଡବ୍ଲୁସି ବୈଠକ : ବୈଠକ ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ରାହୁଲଙ୍କୁ ନେଇ ଦେଇଥିବା ବୟାନ ଚର୍ଚ୍ଚାରେ

ଦିଲ୍ଲୀ : ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଦିଲ୍ଲୀରେ ଆଜି କଂଗ୍ରେସର ସିଡବ୍ଲୁସି ବା କଂଗ୍ରେସ ୱାର୍କିଂ କମିଟି ବୈଠକ ହୋଇଯାଇଛି ।ଏହି ବୈଠକ ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବୟାନକୁ ନେଇ ସବୁ ଆଡେ ଚର୍ଚ୍ଚା । ଗେହଲଟ ସର୍ବସମ୍ମୁଖରେ କହିଛନ୍ତି ରାହୁଲ କଂଗ୍ରେସର ଅଧ୍ୟକ୍ଷ ହେବା ଦରକାର ।

ରବିବାର ସନ୍ଧ୍ୟା ୪ ଟା ସମୟରେ କଂଗ୍ରେସର ସିଡବ୍ଲୁସି ବୈଠକ ଆରମ୍ଭ ହୋଇଛି । ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନକୁ ନେଇ ଏହି ବୈଠକ ବସିଛି ।କଂଗ୍ରେସର କିଛି ଅସନ୍ତୁଷ୍ଟ ନେତା ପାଟି ସଙ୍ଗଠନକୁ ବଦାଳାଇବାକୁ ଚାହୁଁଛନ୍ତି । ସେଥିପାଇଁ ଆଜିକିଛି ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନିଆଯାଇପାରେ ।

ସେପଟେ ଉତ୍ତରପ୍ରଦେଶ, ମଣିପୁର , ଗୋଆ, ଉତ୍ତରାଖଣ୍ଡ ଓ ପଞ୍ଚାବରେ କଂଗ୍ରେସ ନିଜର ସର୍ତ୍ତା ହରାଇଛି । ପଞ୍ଜାବ ଆସନ ହାରିଯିବା ପରେ କଂଗ୍ରେସର ଦଳ ପୁରା ଦବି ଯାଇଛି । ଆଜିର ଏହି ବୈଠକରେ ଦଳ କାହିଁକି ଖରାପ ପ୍ରଦର୍ଶନ କଲା ସେନେଇ ସମୀକ୍ଷା କରାଯିବ ।

​​କଂଗ୍ରେସର ପରାଜୟର ସମୀକ୍ଷା କରାଯିବ। ଏକ ସାକ୍ଷାତକାରରେ ଅଶୋକ ଗେହଲୋଟ୍ କହିଛନ୍ତି ଯେ ପୋଲାରାଇଜେସନ୍ ରାଜନୀତି ବହୁତ ସହଜ । କଂଗ୍ରେସକୁ ସୋସିଆଲ ମିଡିଆରେ ମୁସଲମାନ ଦଳ ବୋଲି କହି ମିଥ୍ୟା ପ୍ରଚାର ପ୍ରସାର କରୁଛି। ଯେଉଁଠାରେ ଆମର ଲକ୍ଷ୍ୟ ହେଉଛି ଦେଶରେ ଏକତା ଏବଂ ଅଖଣ୍ଡତା ବଜାୟ ରଖିବା ।

ଗେହଲୋଟ୍ କହିଛନ୍ତି, ୨୦୧୭ ମସିହାରେ କଂଗ୍ରେସ ଏକଜୁଟ ହୋଇ ଜିତିଲା । ଯେତେବେଳେ ଚାନ୍ନିଙ୍କୁ ପଞ୍ଜାବରେ ସିଏମ୍ କରାଯାଇଥିଲା, ସେତେବେଳେ ପରିବେଶ ସକରାତ୍ମକ ଥିଲା, କିନ୍ତୁ ଆମର ଦୋଷ ଥିଲା ଯେ ଆଭ୍ୟନ୍ତରୀଣ ମତଭେଦ ଦେଖାଦେଇଥିଲା ଏବଂ ବିଧାନସଭା ନିର୍ବାଚନରେ ​​ଆମେ ପରାସ୍ତ ହୋଇଥିଲୁ।

କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ  ଦଳର ସଭାପତି ସୋନିଆ ଗାନ୍ଧୀ ଏବଂ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ପହଞ୍ଚିଛନ୍ତି। ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ, ପିଏଲ ପୁନିଆ, ପି ଚିଦାମ୍ବରମ, ଆନନ୍ଦ ଶର୍ମା ମଧ୍ୟ ପହଞ୍ଚିଛନ୍ତି।

Comments are closed, but trackbacks and pingbacks are open.