Latest Odisha News

BREAKING NEWS

୨୦୨୩ ବିଶ୍ୱକପ ହାରିବା ପରେ ଭାଙ୍ଗି ପଡିଥିଲେ ରୋହିତ

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ରୋହିତ ଶର୍ମା ଏକ ବଡ ଖୁଲାସା କରିଛନ୍ତି । ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତ ପରାଜୟବରଣ କରିବା ପରେ ସେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିବା କହିଛନ୍ତି । ଏପରିକି ଅବସର ନେବା କଥା ଚିନ୍ତା କରିଥିଲେ ବୋଲି ହିଟମ୍ୟାନ କହିଛନ୍ତି । ଫାଇନାଲରେ ଟ୍ରେଭିସ ହେଡଙ୍କ ଶତକ ଭାରତ ହାତରୁ ମ୍ୟାଚ ଛଡେଇ ନେଇଥିଲା । ଏହା ନିଶ୍ଚିତ ଭାବେ ଆମ ପାଇଁ ଯନ୍ତ୍ରଣାଦାୟକ ଥିଲା । ମୋତେ ଲାଗିଥିଲା ଆଉ କଣ ପାଇଁ ଖେଳିବ ? କିଛି ବାକି ନାହିଁ । ମୋଠାରୁ ଏହା ସବୁ କିଛି ଛଡେଇ ନେଇଥିଲା ବୋଲି ରୋହିତ କହିଛନ୍ତି । କିଛି ଦିନ ପରେ ମୁଁ ଏଥିରୁ ଧୀରେ ଧୀରେ ମୁକୁଳିଥିଲି । ଖେଳର ମାନେ ତ ଏହା । ମୋତେ ଆଗକୁ ବଢ଼ିବାକୁ ହେବ । ଏହା ପରେ ପୂନର୍ବାର କ୍ରିକେଟ ପ୍ରତି ମନୋନିବେଶ କରିଥିଲି ।

୨୦୨୨ରେ ଅଧିନାୟକ ହେବା ପରେ ମୋର ଏକମାତ୍ର ଲକ୍ଷ୍ୟ ବିଶ୍ୱକପ ଜିତିବା ଥିଲା । ଏହା ପରେ ଟି୨୦ ବିଶ୍ୱକପ ଜିତିବା ମୋ ମନୋବଳ ଆହୁରି ବଢ଼ାଇଥିଲା । ଅବଶ୍ୟ ରୋହିତ ଏହା ପରେ ଆନ୍ତର୍ଜାତୀୟ ଟି୨୦ ଓ ଟେଷ୍ଟରୁ ଅବସର ଘୋଷଣା କରି ସାରିଛନ୍ତି । ରୋହିତ ଏବେ ଆଗାମୀ ଦିନିକିଆ ବିଶ୍ୱକପ ଉପରେ ନଜର ରଖିଛନ୍ତି । ଏବେ ବି ମୋ ନିକଟରେ ସ୍ୱପ୍ନ ସାକାର କରିବା ସୁଯୋଗ ରହିଛି ବୋଲି ରୋହିତ କହିଛନ୍ତି ।

Leave A Reply

Your email address will not be published.