ଭୁବନେଶ୍ବର: ଭାରତୀୟମାନେ ସବୁ ଋତୁରେ ଚା’ ପିଇବାକୁ ପସନ୍ଦ କରନ୍ତୁ । ଅଦା ଚା’, ତୁଳସୀ ଚା’, ଲେମନ ଟି ଏମିତି କେତେ ଚା’ ପିଇଥିବେ । କିନ୍ତୁ କେବେ ଗୋଲାପ ଚା’ ପିଇଛନ୍ତି କି? ଯଦି ଆପଣଙ୍କ ଘରେ ଗୋଲାପ ଫୁଲ ଗଛ ଅଛି, ତେବେ ଆପଣ ସହଜରେ ଏହି ଚା ରେସିପି ପ୍ରସ୍ତୁତ କରିପାରିବେ | ତେବେ ଆସନ୍ତୁ ଜାଣିବା ଏହି ଗୋଲାପ ଚା’ର ରେସିପି..
ସାମଗ୍ରୀ- ଦେଢ କପ ପାଣି, ଅଦା ଏକ ଇଞ୍ଚ (ଛେଚି ଦେବେ), ଡାଲଚିନି ଏକ ଇଞ୍ଚ, ଲବଙ୍ଗ ୩ଟା, ଗୋଲାପ ଫୁଲପାଖୁଡା ୬ଟା , ଚା’ପତି ୩ ବଡ ଚାମଚ, ଚିନି ୩ଚାମଚ, ଗୁଜୁରାତି ୩ଟି, କ୍ଷୀର ୨ କପ୍,
ତୁଳସୀ ପତ୍ର ୬ଟା
ପ୍ରସ୍ତୁତି- ଗୋଲାପ ଚା ତିଆରି କରିବା ପାଇଁ ପ୍ରଥମେ ଏକ ପାତ୍ରରେ ପାଣି ଗରମ କରନ୍ତୁ | ଯେତେବେଳେ ପାଣି ଗରମ ହେଇଯିବ, ସେଥିରେ ଅଦା,ଡାଲଚିନି, ଗୁଜୁରାତି ଏବଂ ଗୋଲାପ ପାଖୁଡା ପକାଇ ଫୁଟାନ୍ତୁ | ଏହା ଫୁଟିବା ପରେ ଏଥିରେ ଚା’ପତି ଏବଂ ଚିନି ମିଶାନ୍ତୁ | ଯେତେବେଳେ ଏହି ମିଶ୍ରଣ ଭଲ ଭାବେ ଫୁଟିଯିବ, ସେଥିରେ କ୍ଷୀର ମିଶାନ୍ତୁ । କିଛି ସମୟ ପରେ ଶେଷକୁ ତୁଳସୀ ପତ୍ର ପକାନ୍ତୁ ଓ ଅଳ୍ପ ସମୟ ପାଇଁ ଫୁଟାନ୍ତୁ | ବର୍ତ୍ତମାନ ଆପଣଙ୍କ ଗୋଲାପ ଚା ପ୍ରସ୍ତୁତ ହୋଇଯାଇଛି | ଏହାକୁ ଗରମା ଗରମ କପ୍ ରେ ଢାଳି ଚା’ର ମଜା ନିଅନ୍ତୁ ।