Latest Odisha News

ରୋଜଭ୍ଯାଲି ଚିଟଫଣ୍ଡ ଠକେଇ: ଶୁଭ୍ରା କୁଣ୍ଡୁଙ୍କୁ ରିମାଣ୍ଡରେ ନେଲା ସିବିଆଇ

ଭୁବନେଶ୍ୱର: ରୋଜଭ୍ଯାଲି ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ଶୁଭ୍ରା କୁଣ୍ଡୁଙ୍କୁ ରିମାଣ୍ଡରେ ନେଲା ସିବିଆଇ। ତାଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛି ଭୁବନେଶ୍ୱର ସ୍ବତନ୍ତ୍ର ସିବିଆଇ କୋର୍ଟ। ସାତ ଦିନ ରିମାଣ୍ଡ ପାଇଁ ଆବେଦନ ହୋଇଥିଲା।

ଗିରଫ ପରେ ଶୁଭ୍ରା କୁଣ୍ଡୁଙ୍କୁ କୋଲକାତାରୁ ଟ୍ରାନଜିଟ ରିମାଣ୍ଡରେ ଭୁବନେଶ୍ୱର ଆଣିଥିଲା ସିବିଆଇ। ରୋଜଭ୍ଯାଲି ଗ୍ରୁପ ଚେୟାରମ୍ଯାନ୍ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁ । ସେ ସିବିଆଇ ଓ ପ୍ରବର୍ତନ ନିର୍ଦ୍ଦେଶାଳୟ ପାଇଁ ଓ୍ବାଣ୍ଟେଡ ଥିଲେ।

ଗୌତମ କୁଣ୍ଡୁ ୨୦୧୫ ମସିହାରୁ ଗିରଫ ହୋଇ ଜେଲରେ ଅଛନ୍ତି। ଶୁଭ୍ରା କୁଣ୍ଡୁ ଜୁଏଲାରୀ କାରବାର କରୁଥିଲେ । ସିବିଆଇ ପରେ ଶୁଭ୍ରାଙ୍କୁ ଜେରା କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

Comments are closed.