Latest Odisha News

BREAKING NEWS

ରାଉରକେଲାରେ ନାବାଳିକା ଗଣଦୁଷ୍କର୍ମ ଘଟଣା: ଗିରଫ ହେଲେ ୫ ଅଭିଯୁକ୍ତ

ରାଉରକେଲା: ରାଉରକେଲାର ହାରପାଲି ବସ୍ତି ନିକଟରେ ଜଣେ ନାବାଳିକାକୁ କେହି ଦୁର୍ବୃତ୍ତ ଗଣଦୁଷ୍କର୍ମ କରିବା ଘଟଣାରେ ବୀରମିତ୍ରପୁର ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଏହି ଘଟଣାରେ ପୂର୍ବରୁ ୨ ଜଣ ଗିରଫ ହୋଇଥିବା ବେଳେ ଏବେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୭ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

ପୋଲିସର ସୂଚନାନୁଯାୟୀ ଭାଇରାଲ ହୋଇଥିବା ଭିଡିଓକୁ ଆଧାର କରି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ବେଳେ ଫେରାର ଥିବା ଅନ୍ୟ ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଏହିି ଅଭାବନୀୟ ଘଟଣା ଜୁଲାଇ ୮ ତାରିଖରେ ଘଟିଥିବାବେଳେ ଏନେଇ ପିଡିତାଙ୍କ ପରିବାର ସୋମବାର ଦିନ ବୀରମିତ୍ରପୁର ଥାନାରେ ଏତଲା ଦେବାପରେ ଘଟଣାଟି ଲୋକଲୋଚନକୁ ଆସିଥିଲା । ଦୁଷ୍କର୍ମ ବେଳର ଏକ ଭିଡିଓ ଭାଇରାଲ ହେବାପରେ ପରିବାର ବର୍ଗ ଏନେଇ ଥାନାରେ ଅଭିଯୋଗ କରିଥିବାବେଳେ ଉକ୍ତ ଭିଡିଓରେ ୮ରୁ ୧୦ ଜଣ ବ୍ୟକ୍ତି ଦେଖିବାକୁ ମିଳିଥିଲେ ।

Leave A Reply

Your email address will not be published.