Latest Odisha News

BREAKING NEWS

ଜୁଲାଇ ୩୧ ଯାଏ ରାଉରକେଲା ମ୍ୟୁନିସିପାଲିଟି ଅଫିସ ଆସିବାକୁ ଲୋକଙ୍କୁ ମନା

ରାଉରକେଲା: ଲୋକଙ୍କ ପାଇଁ ରାଉରକେଲା ମ୍ୟୁନିସିପାଲିଟି ଅଫିସ ବନ୍ଦ । ଆସନ୍ତା ୩୧ ତାରିଖ ଯାଏଁ ମହାନଗର ନିଗମ କାର୍ଯ୍ୟାଳୟକୁ ନଆସିବା ପାଇଁ ଲୋକଙ୍କୁ ଅପିଲ କରିଛନ୍ତି ଆରଏମସି କର୍ତ୍ତୃପକ୍ଷ । ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଜାରି ହୋଇଛି । କରୋନା ସଂକ୍ରମଣ ବଢୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।

ଅନଲାଇନରେ ଲୋକଙ୍କ ଆବେଦନ କିମ୍ବା ଅଭିଯୋଗ ଗ୍ରହଣ କରାଯିବ । ଏହାସହ ଜାରି ହୋଇଛି ଟୋଲ୍ ଫ୍ରି ନମ୍ବର ୧୮୦୦-୩୪୫-୬୧୦୩ । ଛୁଟି ଦିନକୁ ଛାଡ଼ି ଅନ୍ ଦିନରେ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଲୋକ ଏହି ନମ୍ବରରେ ଫୋନ୍ କରି ସୂଚନା ପାଇ ପାରିବେ ।

ସେହିପରି ରାଉରକେଲା ସେକ୍ଟର ୧୯ରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ୍ ଅବଧି । ଆସନ୍ତା ୯ ତାରିଖ ମଧ୍ୟରାତ୍ରି ଯାଏ କଣ୍ଟେନମେଣ୍ଟ ଜୋନ୍ ସମୟସୀମାକୁ ବଢ଼ାଇଛି ପ୍ରଶାସନ ।

Leave A Reply

Your email address will not be published.