ନୁଆଦିଲ୍ଲୀ: ଇସ୍ରୋର ସୂଚନା ଅନୁଯାୟୀ ଚନ୍ଦ୍ରଯାନ-୩ର ରୋଭର ‘ପ୍ରଜ୍ଞାନ’ ପ୍ରଥମ କରି ଆଜି ସକାଳ ସମୟରେ ତା’ର ନେଭିଗେସନ୍ କ୍ୟାମେରା ଦ୍ୱାରା ଚନ୍ଦ୍ରପୃଷ୍ଠରେ ଥିବା ଲ୍ୟାଣ୍ଡର ‘ବିକ୍ରମ୍’ର ଫଟୋ ଉଠାଇ ସେୟାର୍ କରିଛି । ଆଜି ସକାଳ ୭ଟା ୩୫ ମିନିଟ୍ ସମୟରେ ରୋଭରରେ ଲାଗିଥିବା ନେଭିଗେସନ୍ କ୍ୟାମେରା ଦ୍ବାରା ଏହି ଫଟୋ ଉତ୍ତୋଳନ ହୋଇଛି ବୋଲି ଇସ୍ରୋ ଏକ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛି । ‘ଲାବ୍ରୋଟରି ଫର୍ ଇଲେକ୍ଟ୍ରୋ-ଅପ୍ଟିକ୍ସ୍ ସିଷ୍ଟମ୍’ ଏଲ୍ଇଓଏସ୍ ଦ୍ୱାରା ଏହି ନେଭିଗେସନ୍ କ୍ୟାମେରାକୁ ଚନ୍ଦ୍ରଯାନ-୩ ପାଇଁ ବିଶେଷ ଭାବେ ପ୍ରସ୍ତୁତ କରାଯାଇଛି ।
ରୋଭର୍ ‘ପ୍ରଜ୍ଞାନ’ ବର୍ତ୍ତମାନ ଚନ୍ଦ୍ରପୃଷ୍ଠରେ ଅନୁସନ୍ଧାନ କରି ମୂଲ୍ୟବାନ ତଥ୍ୟଗୁଡ଼ିକ ପଠାଉଛି । ଆଜିର ଏହି ଫଟୋରେ ଦୁଇ ପେ’ ଲୋଡ ଚାଷ୍ଟେ ଓ ଇଲସା ବି ଦୃଶ୍ୟମାନ ହୋଇଛନ୍ତି । ଦୁଇ ଦିନ ତଳେ ଚନ୍ଦ୍ରଯାନରେ ଥିବା ପେ’ଲୋଡ ଚାଷ୍ଟେରୁ ନିଆଯାଇଥିବା ତଥ୍ୟ ଇସ୍ରୋକୁ ପଠାଇଥିଲା ଚନ୍ଦ୍ରଯାନ ।
ଚନ୍ଦ୍ରଯାନ କି ତଥ୍ୟ ଇସ୍ରୋକୁ ପଠାଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।
Comments are closed.