Latest Odisha News

BREAKING NEWS

ସୁପର ଓଭରର ଶେଷ ବଲରେ ବିରାଟଙ୍କ ଚଉକା ବଳରେ ମୁମ୍ବାଇକୁ ହରାଇଲା ବେଙ୍ଗାଳୁରୁ

ଦୁବାଇ : ଆଜି ଆଇପିଏଲ-୨୦୨୦ର ଏକ ଉତ୍କଣ୍ଠା ଭରା ମ୍ୟାଚରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ ସୁପରଓଭରରେ ହରାଇ ବାଜି ମାରିନେଇଛି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ।

ସୁପର ଓଭର ବୋଲିଂ କରିବାକୁ ଆସିଥିବା ବେଙ୍ଗାଳୁରୁର ନବଦୀପ ସାଇନି ମୁମ୍ବାଇ ଇଣ୍ଡିଆନ୍ସ ବିସ୍ଫୋରକ ବ୍ୟାଟ୍ସମ୍ୟାନ କିରଣ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମାତ୍ର ୭ ରନରେ ସୀମିତ ରଖିଥିଲେ । ଏହା ପରେ ବେଙ୍ଗୁଳୁରୁ ପକ୍ଷରୁ ସୁପର ଓଭରରେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲେ ଡିଭିଲିଅର୍ସ ଓ ଅଧିନାୟକ ବିରାଟ କୋହଲି । ମୁମ୍ବାଇ ଇଣ୍ଡିଆନ୍ସର ଜସପ୍ରୀତ ବୁମରାଙ୍କୁ ସୁପର ଓଭର ଶେଷ ବଲରେ ଚଉକା ମାରି ବେଙ୍ଗାଳୁରୁକୁ ବିଜୟ ଦେଇଥିଲେ ବିରାଟ କୋହଲି ।

ଏହା ପୂର୍ବରୁ ହାଇ ସ୍କୋରିଂ ମ୍ୟାଚରେ ଉଭୟ ଦଳ ସମାନ ୨୦୧ ରନ କରିବାରୁ ଫଳାଫଳ ପାଇଁ ସୁପର ଓଭର ଖେଳାଯାଇଥିଲା । ପ୍ରଥମେ ଟସ୍ ଜିତି ମୁମ୍ବାଇ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଳୁରୁ ଦଳର ଦେବଦତ୍ତ ପଡିକଲ୍‌, ଆରୋନ ଫିଞ୍ଚ୍ ଓ ଡିଭିଲିଅର୍ସଙ୍କ ଅର୍ଦ୍ଧଶତକ ବଳରେ ୨୦୧ ରନର ବିଶାଳ ସ୍କୋର କରିଥିଲେ ।

ଏହାର ଜବାବରେ ଈଶାନ କିଷନ ୫୮ ବଲରେ ୯୯ ରନ ଏବଂ କିରନ ପୋଲାର୍ଡଙ୍କ ୨୪ ବଲରେ ୬୦ ରନର ବିସ୍ଫୋରକ ସ୍କୋର ବଳରେ ମୁମ୍ବାଇ ଇଣ୍ଡିଆନ୍ସ ସମାନ ୨୦୧ ରନରେ ପହଞ୍ଚିଥିଲା ।

Leave A Reply

Your email address will not be published.