ନୂଆଦିଲ୍ଲୀ: ରୟାଲ୍ ଏନଫିଲ୍ଡର ବିକ୍ରିରେ ଅହେତୁକ ବୃଦ୍ଧି ଘଟିଛି । ମାର୍ଚ୍ଚ ୨୦୨୫ରେ ରୟାଲ୍ ଏନଫିଲ୍ଡର ମୋଟ ବିକ୍ରି ୩୪ ପ୍ରତିଶତ ବୃଦ୍ଧି ହୋଇ ୧,୦୧,୦୨୧ ୟୁନିଟ୍ ହୋଇଥିବାବେଳେ ଗତ ବର୍ଷ ମାର୍ଚ୍ଚ ମାସରେ ଏହି ସଂଖ୍ୟା ୭୫,୫୫୧ ୟୁନିଟ୍ ଥିଲା । ରୟାଲ୍ ଏନଫିଲ୍ଡ ମଙ୍ଗଳବାର ଏକ ବିବୃତ୍ତିରେ କହିଛନ୍ତି ଯେ, ଗତ ମାସରେ ଘରୋଇ ବିକ୍ରି ୮୮,୦୫୦ ୟୁନିଟ୍ ଥିଲା, ଯାହାକି ମାର୍ଚ୍ଚ ୨୦୨୪ ରେ ୬୬,୦୪୪ ୟୁନିଟ୍ ଠାରୁ ୩୩ ପ୍ରତିଶତ ଅଧିକ । ଏହା ବ୍ୟତୀତ କମ୍ପାନୀର ରପ୍ତାନି ମଧ୍ୟ ୩୬ ପ୍ରତିଶତ ବୃଦ୍ଧି ପାଇ ୧୨,୯୭୧ ୟୁନିଟ୍ ହୋଇଯାଇଛି, କିନ୍ତୁ ମାର୍ଚ୍ଚ ୨୦୨୪ ରେ ଏହା ୯୫୦୭ ୟୁନିଟ୍ ଥିଲା ।
ରୟାଲ ଏନଫିଲ୍ଡ କହିବାନୁସାରେ, କମ୍ପାନୀ ୨୦୨୪-୨୫ ଆର୍ଥିକ ବର୍ଷରେ ୧୦ଲକ୍ଷରୁ ଅଧିକ ୟୁନିଟ୍ ବିକ୍ରି କରିଛି ଏବଂ ଆର୍ଥିକ ବର୍ଷରେ କମ୍ପାନୀ ଏହା ସର୍ବାଧିକ ବିକ୍ରି । ଏହାପୂର୍ବରୁ,କମ୍ପାନୀ ଗୋଟିଏ ଆର୍ଥିକ ବର୍ଷରେ ଏତେ ବାଇକ ବିକ୍ରି କରି ନଥିଲା, ଯେତିକି ଗତ ଆର୍ଥିକ ବର୍ଷରେ ସେ ବିକ୍ରି କରିଛି।
କମ୍ପାନୀ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ରୟାଲ ଏନଫିଲ୍ଡର ମୋଟ ବିକ୍ରି ୧୧ ପ୍ରତିଶତ ବୃଦ୍ଧି ସହିତ ୧୦,୦୯,୯୦୦ ୟୁନିଟରେ ପହଞ୍ଚିଛି। ୨୦୨୩-୨୪ ଆର୍ଥିକ ବର୍ଷରେ କମ୍ପାନୀ ସମୁଦାୟ ୯,୧୨,୭୩୨ ବାଇକ ବିକ୍ରି କରିଥିଲା ।
ରୟାଲ୍ ଏନଫିଲ୍ଡର ସିଇଓ ତଥା ଆଇଚର୍ ମୋଟର୍ସର ପରିଚାଳନା ନିର୍ଦ୍ଦେଶକ ବି ଗୋବିନ୍ଦରାଜନ୍ କହିଛନ୍ତି, ରୟାଲ୍ ଏନଫିଲ୍ଡ ପାଇଁ ଚଳିତ ବର୍ଷ ବହୁତ ଭଲ ରହିଛି। ବାର୍ଷିକ ଦଶ ଲକ୍ଷ ରୁ ଅଧିକ ବିକ୍ରି ହୋଇଛି । ଏଥିରୁ ପ୍ରମାଣିତ ହୋଇଯାଇଛି ଯେ ଆମେ କିଛି ହାସଲ କରିଛୁ ।
ଦୁଇ ଚକିଆ କମ୍ପାନୀ ରୟାଲ୍ ଏନଫିଲ୍ଡ ହେଉଛି ଟ୍ରାକ୍ଟର ଏବଂ ଟ୍ରକ୍ ଉତ୍ପାଦନକାରୀ କମ୍ପାନୀ ଆଇଚର୍ ମୋଟର୍ସର ଏକ ସହାୟକ କମ୍ପାନୀ ।
Comments are closed.