Latest Odisha News

BREAKING NEWS

ମହିଳାଙ୍କ ପାଇଁ ନୂଆ ଫିଚର ସହ ଆସୁଛି ରୟାଲ ଏନଫିଲଡ !

ଭୁବନେଶ୍ୱର: ରୟାଲ ଏନଫିଲଡ଼, ଯାହା ନିଜର ଭାରି ରେଟ୍ରୋ ମଟର ସାଇକେଲ ପାଇଁ ପ୍ରସିଦ୍ଧ ଅଟେ , ତାହା ଏବେ ମହିଳା ଓ ଯୁବ ବର୍ଗଙ୍କ ପାଇଁ ହାଲୁକା ଓ ଶସ୍ତାରେ ମୋଟରସାଇକେଲ ଆଣିବାକୁ ଯାଉଛି ।

ତେବେ ଏହାକୁ ଏକ୍ସପ୍ଲୋରର ବା ହଣ୍ଟର ବି କୁହାଯାଇପାରେ। ତେବେ କମ୍ପାନୀ ଏବେ ଏହାର କୋଡନେମ୍ ଯେ-୧ସି ରଖିଛି।

ବର୍ତ୍ତମାନ ସମୟରେ ରୟାଲ ଏନଫିଲଡ଼ର ଗାଡି ଗୁଡିକ ସବୁଠୁଁ ଭାରି ଅଟେ। ଯାହା ମଧ୍ୟରୁ ଅଧିକାଂଶ ଗାଡିର ଓଜନ ପାଖାପାଖି ୨୦୦ କିଲୋଗ୍ରାମ ହେବ । ଏହା ତୁଳନାରେ ବଜାଜର୍ ଆଭେଞ୍ଜରର ଓଜନ ମାତ୍ର ୧୫୯ କିଲୋଗ୍ରାମ ଅଟେ।

ଲାଇଟ ୱେଟ୍ ସିରିଜରେ ପ୍ରଥମେ ବଜାରକୁ ରୋଡ଼ଷ୍ଟୋର ମଡେଲ ଆସିପାରେ, ଯେଉଁଥିର୍ବ ବସିବା ପାଇଁ କମ୍ ସ୍ଥାନ ରହିବ ।

ଏହି ବ୍ରାଣ୍ଡ ମହିଳା ବାଇକରଙ୍କୁ ବହୁତ ଆକର୍ଷିତ କରୁଛି । ଖାସକରି ଗୋଆ, କେରଳ, ଚଣ୍ଡୀଗଡ଼, ମହାରାଷ୍ଟ୍ର ଓ କର୍ଣ୍ଣାଟକର୍ ମହିଳା ମାନେ ଏହା ପ୍ରତି ବେଶ୍ ଆକର୍ଷିତ ।

୨୦୨୦ରେ କ୍ଲାସିକ୍ ଓ ବିଏସ୍-୬ ଭର୍ସନ ଲଞ୍ଚ ପୂର୍ବରୁ ମିଟିୟୋର ରୂପେ ଏହାକୁ ଏନଫିଲ୍ଡ ଲଞ୍ଚ କରାଯିବ ବୋଲି ଜଣାପଡିଛି।

Leave A Reply

Your email address will not be published.