Latest Odisha News

BREAKING NEWS

ଦୁଷ୍କର୍ମ ଉଦ୍ୟମ କରୁଥିବା ଯୁବକର ଜିଭକୁ ଛିଡ଼ାଇ ଦେଲେ ମହିଳା !

ପୁରୀ: ପୁରୀ ଜିଲ୍ଲା ନିକଟସ୍ଥ କାକଟପୁର ଏକ ଆଶ୍ରମରେ ବଳାତ୍କାର ଉଦ୍ୟମ କରୁଥିବା ଜଣେ ଯୁବକଙ୍କ ଜିଭକୁ କାମୁଡି ଛିଡ଼ାଇ ଦେଇଛନ୍ତି ମହିଳା।

ପ୍ରାପ୍ତ ସୂଚନା ଅନୁଯାୟୀ, ଏଭଳି ଘଟଣା ଘଟିଛି କାକଟପୁର ପୋଲିସ ଷ୍ଟେସନ ଠାରୁ ୫୦ ମିଟର ଦୂରରେ ଅବସ୍ଥିତ ଏକ ଆଶ୍ରମରେ । ବୁଧବାର ବିଳମ୍ବିତ ରାତିରେ ଯୁବକ ଜଣଙ୍କ ଉକ୍ତ ମହିଳାଙ୍କ କବାଟ ବାଡେଇଥିଲେ ।

ମହିଳା କବାଟ ଖୋଲିବା ମାତ୍ରେ ହିଁ ଯୁବକ ଜଣଙ୍କ ତାଙ୍କ ମୁଁହକୁ ଚାପିଧରି ବଳାତ୍କାର ଉଦ୍ୟମ କରିଥିଲେ। ତେବେ ମହିଳା ଏହାର ପ୍ରତିବାଦ କରି ଯୁବକଙ୍କ ଜିଭକୁ କାମୁଡି ଛିଡାଇ ଦେଇଥିଲେ ।

ଏହାପରେ ପ୍ରାଣବିକଳରେ ଯୁବକ ଜଣଙ୍କ ସେଠାରୁ ଦୌଡ଼ି ପଳାଇଥିଲେ ।

ତେବେ ଶୁକ୍ରବାର ଦିନ ଉକ୍ତ ମହିଳା କାକଟପୁର ଥାନାରେ ଏସଂକ୍ରାନ୍ତରେ ଅଭିଯୋଗ କରିବା ପରେ ପୋଲିସ ଆଶ୍ରମକୁ ଯାଇ କଟା ଜିଭକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.