Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ କୋଟିପତି ମାଳୀ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଉଦଳା ସ୍ଥିତ ଉଦ୍ୟାନ ବିଭାଗରେ ମାଳୀ ଭାବେ କାର୍ଯ୍ୟକରୁଥିବା ଉଦ୍ଧବ ଚନ୍ଦ୍ର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ କରାଯାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ୧୮ ଜଣ ଅଧିକାରୀ ବିଶିଷ୍ଟ ୨ ଟି ଦଳ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ରେଡ଼ କରିଛି । ଶୁକ୍ରବାର ସକାଳୁ ଭିଜିଲାନ୍ସର ଟିମ ଉଦ୍ଧବ ବେହେରାଙ୍କ ନୁଦଡିହାସ୍ଥିତ ଶ୍ୱଶୁରଘର, କପ୍ତିପଦାରେ ଥିବା ଫାର୍ମ ହାଉସ , ଉଦଳା ବନବିଭାଗ କାର୍ଯ୍ୟାଳୟ , କପ୍ତିପଦା ବ୍ଲକ ବଡାମପଦା ନିଜସ୍ୱ ବାସଭବନରେ ଏହି ଚଢାଉ କରିଛି ।

ଉଦ୍ଧବଙ୍କ ୩ ମହଲା କୋଠାର ଅନୁମାନିକ ମୂଲ୍ୟ ୧ କୋଟରୁ ଅଧିକ ହେବ ବୋଲି ଭିଜିଲାନ୍ସ ଅଧିକାରୀ ମାନେ ଆକଳନ କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ଟିମ ପକ୍ଷରୁ ଉଦ୍ଧବ ବେହେରାଙ୍କ ଘରେ ଭିଜିଲାନ୍ସର ଯାଞ୍ଚ ଜାରି ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.