Latest Odisha News

BREAKING NEWS

ଟ୍ରେନରେ ବିଦେଶୀ ଯୁବତୀଙ୍କୁ ଅସଦାଚରଣ, ଆରପିଏଫ କନେଷ୍ଟବଳ ଗିରଫ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଅଗରତାଲା ଯାଉଥିବା ରାଜଧାନୀ ତେଜସ୍ ଏକ୍ସପ୍ରେସରେ ଜଣେ ବିଦେଶୀ ଯୁବତୀ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗରେ ଜଣେ ଆରପିଏଫ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ଅଭିଯୋଗ ହୋଇଛି ଯେ ଆରପିଏଫ କନଷ୍ଟେବଳ ଯୁବତୀ ଜଣଙ୍କ ଶୌଚାଳୟରୁ ବାହାରିବା ସମୟରେ ବଳ ପୂର୍ବକ କିସ ଦେବାକୁ ପ୍ରୟାସ କରିବା ସହିତ ସେଲଫି ନେବାକୁ ଉଦ୍ୟମ କରିଥିଲେ। ଏମିତିକି ଯୁବତୀଙ୍କ ହାତ ଧରି ଭିତରକୁ ଟାଣି ଆଣିଥିଲେ। ପରେ ଯୁବତୀ ଜଣଙ୍କ ଚିତ୍କାର କରିବାରୁ ଆରପିଏଫ କନଷ୍ଟେବଳ ପଳାଇ ଯାଇଥିଲେ। ଏ ନେଇ ସେ ଅଭିଯୋଗ କରିବା ପରେ ଜିଆରପି ପୋଲିସ ଆରପିଏଫ କନଷ୍ଟେବଳଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା। ଏବେ ଅଭିଯୁକ୍ତଙ୍କୁ ଜେଲକୁ ପଠାଯାଇଛି।

ଆନନ୍ଦବିହାର-ଅଗରତାଲା ତେଜସ୍ ଏକ୍ସପ୍ରେସର ପ୍ରଥମ ଏସି କୋଚରେ ଏହି ଘଟଣା ଘଟିଛି। ଯୁବତୀ ଜଣଙ୍କ ସ୍ୱିଜରଲ୍ୟାଣ୍ଡର। ତାଙ୍କ ବୟସ 25 ବର୍ଷ। ବୁଧବାର ରାତିରେ ସେ ପାଟନା ଯାଉଥିଲେ। ତାଙ୍କ ପ୍ରେମିକା ମଧ୍ୟ ତାଙ୍କ ସହ ଯାତ୍ରା କରୁଥିଲେ।

ଯୁବତୀ ଜଣଙ୍କ ଅସଦାଚରଣର ଶିକାର ହେବା ପରେ ଅସହାୟ ହୋଇ କାନ୍ଦିଥିଲେ। ଏହାପରେ ବଗିରେ ଥିବା ଅନ୍ୟଯାତ୍ରୀମାନେ ଦୌଡି ଆସିଥିଲେ। ଟ୍ରେନ କାନପୁରରେ ପହଞ୍ଚିବା ମାତ୍ରେ ଅଭିଯୁକ୍ତ ଆରପିଏଫ କନଷ୍ଟେବଳ ଜିତେନ୍ଦ୍ରଙ୍କୁ ଗିରଫ କରାଯାଇଥିଲା। ଗୁରୁବାର ପୋଲିସ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିଥିଲା। କୋର୍ଟ ଅଭିଯୁକ୍ତଙ୍କୁ ଜେଲକୁ ପଠାଇଥିଲେ।

ଜିଆରପି କାନପୁର କେନ୍ଦ୍ରୀୟ ପୋଲିସ ଷ୍ଟେସନରେ ଅଭିଯୁକ୍ତ ଆରପିଏଫ କନଷ୍ଟେବଳଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଗିରଫ କନଷ୍ଟେବଳଙ୍କ ଡାକ୍ତରୀ ପରୀକ୍ଷା ପରେ କୋର୍ଟରେ ହାଜର କରାଯିବା ପରେ ଜେଲକୁ ପଠାଯାଇଛି। ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଏହି ଘଟଣାର ତଦନ୍ତ କରିବେ ବୋଲି ଜଣାପଡ଼ିଛି।

 

Leave A Reply

Your email address will not be published.