Latest Odisha News

ଚଳନ୍ତା ଟ୍ରେନରୁ ଖସି ପଡିଥାନ୍ତେ ବୃଦ୍ଧା, ଭିଡ଼ି ଆଣିଲେ ଆରପିଏଫ ଅଧିକାରୀ

ଭଦ୍ରକ: ଭଦ୍ରକ ରେଳ ଷ୍ଟେସନରେ ଜଣେ ବୃଦ୍ଧା ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଖସିପଡ଼ିଥିଲେ। ଏହି ସମୟରେ ରେଳ ସୁରକ୍ଷା ବଳ (ଆରପିଏଏଫ) ଅଧିକାରୀଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ତାଙ୍କ ଜୀବନ ବଞ୍ଚିଯାଇଛି।

ରାତି ପ୍ରାୟ ୧ଟା ସମୟରେ ଘଟିଥିବା ଏହି ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ସୂଚନା ଅନୁଯାୟୀ, ଜାନକୀ ରାଉତ ନାମକ ଜଣେ ମହିଳା ଟ୍ରେନ ଗଡିବା ଆରମ୍ଭ କରିବା ପରେ ଜଗନ୍ନାଥ ଏକ୍ସପ୍ରେସରେ ଚଢ଼ିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ସେ ଖସିପଡ଼ି ପ୍ଲାଟଫର୍ମ କଡ଼କୁ ପଡ଼ିଯାଇଥିଲେ।

ଘଟଣାଟ ଦେଖି ଆରପିଏଫ ସହାୟକ ଉପ-ନିରୀକ୍ଷକ (ଏଏସଆଇ) ମାନସ ମାଣିକ ତୁରନ୍ତ ଦୌଡ଼ି ଯାଇ ମହିଳାଙ୍କୁ ସୁରକ୍ଷିତ ଭାବରେ ଟାଣି ଆଣିଥିଲେ। ଯାହା ଫଳରେ ସେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲେ।

ତେବେ ଏନେଇ ଆରପିଏଫ ଏଏସଆଇ କହିଛନ୍ତି ଯେ ଖଡ଼ଗପୁରରୁ ଆସୁଥିବା ଜଗନ୍ନାଥ ଏକ୍ସପ୍ରେସ ଚାଲୁଥିଲାବେଳେ ବୃଦ୍ଧା ଚଢ଼ିବାକୁ ଚେଷ୍ଟା କରୁଥିବା ଦେଖାଯାଇଥିଲା। ସେ ଖସି ଟ୍ରେନ ତଳେ ପଡ଼ିବାକୁ ଯାଉଥିଲା ବେଳେ ମୁଁ ଦୌଡ଼ି ଯାଇ ତୁରନ୍ତ ତାଙ୍କୁ ସୁରକ୍ଷିତ ସ୍ଥାନକୁ ଟାଣି ଆଣିଥିଲି। ଫଳରେ ତାଙ୍କ ଜୀବନ ରକ୍ଷା ପାଇଗଲା।

ଅପରପକ୍ଷରେ ରେଳ କର୍ତ୍ତୃପକ୍ଷ ଆରପିଏଫ ଅଧିକାରୀଙ୍କ ସତର୍କତା, ସାହସ ଏବଂ କର୍ତ୍ତବ୍ୟ ପ୍ରତି ସମର୍ପଣ ପାଇଁ ପ୍ରଶଂସା କରିଛନ୍ତି।

Comments are closed.