Latest Odisha News

BREAKING NEWS

ଓସ୍କାର ଦୌଡରେ ଆରଆରଆର, ମେକର୍ସଙ୍କ ପକ୍ଷରୁ ୧୪ କାଟାଗୋରୀରେ ଆବେଦନ

ମୁମ୍ବାଇ: ଏସଏସ ରାଜମୌଲୀଙ୍କ ଫିଲ୍ମ ଆରଆରଆ ବକ୍ସ ଅଫିସରେ ଚମତ୍କାର ବ୍ୟବସାୟ କରିଥିଲା । ଏହା ଓସ୍କାର ଦୌଡରେ ସାମିଲ ହେବ ବୋଲି ଆଶା କରାଯାଉଥିଲେ ମଧ୍ୟ ଭାରତରୁ ଗୁଜରାଟୀ ଫିଲ୍ମ ଛେଲୋ ଶୋକୁ ଏଥିପାଇଁ ମନୋନୀତ କରାଯାଇଥିଲା । ଏବେ ଆରଆରଆର ମେକର୍ସଙ୍କ ପକ୍ଷରୁ ନିଜ ଆଡୁ ଓସ୍କାର ଦୌଡରେ ସାମିଲ ହେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ସେମାନେ ଫର ୟୋର କନସିଡେରେଶନ ମାଧ୍ୟମରେ ୧୪ କାଟାଗୋରୀରେ ଆବେଦନ କରିଛନ୍ତି । ରାଜମୌଲୀ ଫିଲ୍ମର ଦୁଇ ହୀରୋ ଜୁନିୟର ଏନଟିଆର ଓ ରାମଚରଣଙ୍କ ସହ ଏକ ଫଟୋ ଶେୟାର କରି ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ଆବେଦନ କରାଯାଇଥିବା ୧୪ କାଟାଗୋରୀ ହେଲା- ଶ୍ରେଷ୍ଠ ମୋସନ ଫିଲ୍ମ (ଡିବିବି ଦାନତ୍ୟା), ଶ୍ରେଷ୍ଠ ନିର୍ଦ୍ଦେଶକ (ଏସଏସ ରାଜମୌଲୀ), ଅରିଜିନାଲ ସ୍କ୍ରିନ ପ୍ଲେ ( ଭି.ବିଜେୟେନ୍ଦ୍ର ପ୍ରସାଦ), ଅଭିନେତା( ଏନଟି ରାମାରାଓ ଜୁନିୟର ଓ ରାମଚରଣ), ସହ ଅଭିନେତା (ଅଜୟ ଦେବଗାନ), ସହ ଅଭିନେତ୍ରୀ (ଆଲିୟା ଭଟ୍ଟ) ବ୍ୟତୀତ ଭୁଜୁଆଲ ଇଫେକ୍ଟ, ଅରିଜିନାଲ ସଙ୍ଗ, କଷ୍ଟ୍ୟୁମ ଡିଜାଇନ, ପ୍ରଡକ୍ସନ ଡିଜାଇନ, ଏଡିଟିଂ, ମେକଅପ ଓ ହେୟାର ଷ୍ଟାଇଲିଂରେ ସାମିଲ କରାଯାଇଛି ।

Leave A Reply

Your email address will not be published.