ରାଜ୍ୟରେ ତିଆରି ହେବ ନୂଆ ସଖି କେନ୍ଦ୍ର, ଭାରତ ସରକାର ଦେଇଛନ୍ତି ୨୬.୫୪ କୋଟି
ରାଜ୍ୟସଭାରେ ତଥ୍ୟ ରଖିଲେ ସ୍ମୃତି ଇରାନୀ
ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ ନିର୍ଭୟା ପାଣ୍ଠିରୁ ଓଡ଼ିଶାକୁ ମିଳିଛି ୨୬.୫୪ କୋଟି ଟଙ୍କା । ‘ୱାନ ଷ୍ଟପ୍ ସେଣ୍ଟର ସଖି’ ନିର୍ମାଣ ପାଇଁ ଏହି ଟଙ୍କା ମିଳିଛି । ମଙ୍ଗଳବାର ରାଜ୍ୟସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏହି ତଥ୍ୟ ରଖିଛନ୍ତି । ବିଜେଡି ସାଂସଦ ମୀନାକ୍ଷି ମହନ୍ତଙ୍କ ଅଣତାରକା ପ୍ରଶ୍ନରେ, ସ୍ମୃତି ଇରାନୀ ଏହି ଉତ୍ତର ରଖିଛନ୍ତି ।
କେନ୍ଦ୍ର ସରକାର ରାଜ୍ୟ ୱାରି ନିର୍ଭୟା ପାଣ୍ଠିରୁ କେତେ ଅର୍ଥ ପ୍ରଦାନ କରିଛନ୍ତି । ଏବଂ ଅର୍ଥ ଖର୍ଚ୍ଚର ପରିମାଣ ଓ ପ୍ରକ୍ରିୟା ବିଷୟରେ ପ୍ରଶ୍ନ କରିଥିଲେ । ମନ୍ତ୍ରୀ ଇରାନୀ ଉତ୍ତର ରଖିଥିଲେ ଯେ, ଓଡ଼ିଶାକୁ ୨୬.୫୪ କୋଟି ଟଙ୍କା ମିଳିଛି । କେବଳ ୱାନ ଷ୍ଟପ ସେଣ୍ଟର ସଖି ନିର୍ମାଣ କରିବାକୁ ।
ତେବେ ନିର୍ଭୟା ପାଣ୍ଠିର ସ୍ୱଚ୍ଛନ୍ଦ ପରିଚାଳନା ସକାଶେ ଏକ ସଶକ୍ତ କମିଟି ଗଠନ ହୋଇଛି । ଏହି କମିଟି ବିଭିନ୍ନ ପ୍ରସ୍ତାବ ଉପରେ ଅନୁଧ୍ୟାନ କରେ । ତା’ସହ ବିଭିନ୍ନ ଯୋଜନା ଗୁଡ଼ିକର ସ୍ଥିତି ଯାଞ୍ଚ କରୁଛି । ବିଭିନ୍ନ ମନ୍ତ୍ରାଳୟ ସହ ସମନ୍ୱୟ ରକ୍ଷା କରି ଯୋଜନା ଗୁଡ଼ିକର ସଠିକ୍ କାର୍ଯ୍ୟକାରୀ କରୁଛି ।
Comments are closed.