Latest Odisha News

BREAKING NEWS

ରେଡ଼ମିର ନୂଆ ଫୋନ୍ ‘ରେଡ଼ମି କେ୩୦’; ଜାଣନ୍ତୁ କ’ଣ ରହିଛି ଫିଚର୍ସ…

ଭୁବନେଶ୍ୱର: ଚାଇନିଜ କମ୍ପାନୀ ସାଓମିର କେ ସିରିଜ ର ନୂଆ ସ୍ମାର୍ଟଫୋନ ‘ରେଡ଼ମି କେ୩୦’ ୧୨୦ଏଚ ରିଫ୍ରେସ ରେଟ ଡିପ୍ଲେ, ସ୍ନାପଡ୍ରାଗନ ୭୬୫ଜି ପ୍ରୋସେସର, ୬୪ ମେଗାପିକ୍ସେଲ କ୍ୱାର୍ଡ କ୍ୟାମେରା ସେଟଅପ ଆଦି ସହ ଚୀନ ରେ ଲଞ୍ଚ କରିଛି | ଖୁବ ଶୀଘ୍ର ଏହା ଭାରତରେ ଲଞ୍ଚ କରିଛି |

ଏହା କେ ସିରିଜର କେ୨୦ ର ଅପଗ୍ରେଡଡ଼ ଭର୍ସନ କୁହାଯାଉଛି | ପୂର୍ବରୁ ଭାରତରେ କେ୨୦ ଲଞ୍ଚ କରି ଭାରତୀୟ ବଜାରରେ ଚାହିଦା ଥିଲା | କମ୍ପାନୀ ପକ୍ଷରୁ କିଛି ସୂଚନା ମିଳିନଥିଲେ ମଧ୍ୟ ଆସା କରାଯାଉଛି ଏହା ଖୁବ ଶିଘ୍ର ଭାରତରେ ଲଞ୍ଚ କରିବ ବୋଲି |

ଡିସପ୍ଲେ:
‘ରେଡ଼ମି କେ୩୦’ ୬.୬୭ ଇଞ୍ଚ ‘ରେଡ଼ମି କେ୩୦’ ୧୨୦ଏଚ ରିଫ୍ରେସ ରେଟ ଡିପ୍ଲେ, ରେଟ ସହ ଆସୁଛି , ଯାହାର ଅସ୍ପେକ୍ଟ ରେସିଓ ୨୦:୯ ଅଛି | ଏହା ସହ ଏହା ଫୁଲ ଏଚଡି ସହ ୧୦୮୦ସ2400 ପିକ୍ସସେଲ ରିଜୋଲ୍ୟୁସନ ସହିତ ଆସୁଛି |

ପ୍ରୋସେସର:
‘ରେଡ଼ମି କେ୩୦’ ୪ଜି ବ୍ୟାରିଏଣ୍ଟ ରେ ସ୍ନାପଡ୍ରାଗନ ୭୩୦ଜି ଚିପସେଟ ଦିଆଯାଇଛି | ଏହାର ୫ଜି ବ୍ୟାରିଏଣ୍ଟ ରେ ୭ଏନଏମ ସ୍ନାପଡ୍ରାଗନ ୭୬୫ଜି ଚିପସେଟ ଦିଆଯାଇଛି | ଯେଉଁଥିରେ ୱାଇଡ଼ ୫ଜି ବ୍ୟାଣ୍ଡ ସପୋର୍ଟ କରିବ |

ଅପରେଟିଂ ସିଷ୍ଟମ :
‘ରେଡ଼ମି କେ୩୦’ ରେ ଆଣ୍ଡରୟେଡ଼ ୧୦ ବେଷ୍ଟ ମିଓ୧୧ ଇଣ୍ଟରଫେସ ଦିଆଯାଇଛି | ଯାହା ବର୍ତ୍ତମାନ ଲାଟେଷ୍ଟ ଶ୍ରେଣୀର ଅଟେ |

ରାମ ଓ ଷ୍ଟୋରେଜ:
‘ରେଡ଼ମି କେ୩୦’ ଉଭୟ ୪ଜି ଓ ୫ଜି ଦୁଇ ଭର୍ସନ ର ୪ ପ୍ରକାରର ଆସୁଛି | ଏଥିମଧ୍ୟରେ ୬ଜିବି+୬୪ଜିବି, ୬ଜିବି+୧୨୮ଜିବି, ୮ଜିବି+୧୨୮ଜିବି ଓ ୮ଜିବି+୨୫୬ଜିବି ଅପ୍ସନ ସହ କିଣାଯାଇପାରିବ |

କ୍ୟାମେରା:
ପଛ କ୍ୟାମେରା- ‘ରେଡ଼ମି କେ୩୦’ କ୍ୱାର୍ଡ କ୍ୟାମେରା ସେଟଅପ ରେ ୬୪ ମେଗାପିକ୍ସେଲ ସୋନି ଆଇଏମଏକ୍ସ୬୮୬ ପ୍ରାଇମ ସେନସର, ୮ ମେଗାପିକ୍ସେଲ ଟେଲି ଫୋଟୋ ଲେନ୍ସ, ୧୩ ମେଗାପିକ୍ସେଲ ଅଲ୍ଟ୍ରା ୱାଇଡ଼ ଏଙ୍ଗେଲ ଲେନ୍ସ ଓ ୨ ମେଗାପିକ୍ସେଲ ମାଇକ୍ରୋ ଲେନ୍ସ ସହ ଆସୁଛି |
ଆଗ କ୍ୟାମେରା-‘ରେଡ଼ମି କେ୩୦’ ଡୁଆଲ ହୋଲ ପଞ୍ଚ ଡିଜାଇନ ଅଟେ ଓ ସେଲ୍ଫି ପାଇଁ ୨୦ ମେଗାପିକ୍ସେଲ + ୨ ମେଗାପିକ୍ସେଲ ଡୁଆଲ କ୍ୟାମେରା ସେଟଅପ ଦିଆଯାଇଛି |

ବ୍ୟାଟେରୀ:
‘ରେଡ଼ମି କେ୩୦’ ରଏ ୪୫୦୦ ଏମଏଏଚ ବ୍ୟାଟେରୀ ଦିଆଯାଇଛି | ୫ଜି ବ୍ୟାରିଏଣ୍ଟ ରେ ୩୦ୱାଟ ଫାଷ୍ଟ ଚାରଜିଙ୍ଗ , ୪ଜି ବ୍ୟାରିଏଣ୍ଟ ରେ ୨୭ୱାଟ ଫାଷ୍ଟ ଚାରଜିଙ୍ଗ ଦିଆଯାଇଛି |

କଣ ରହିବ ଦାମ:
‘ରେଡ଼ମି କେ୩୦’ର ୫ଜିର ୪ ବ୍ୟାରିଏଣ୍ଟ ରେ ଆସୁଛି |
୬ଜିବି+୬୪ଜିବି ର ଦାମ ୧,୯୯୯ ୟୁଆନ (ଭାରତୀୟ ମୁଦ୍ରାରେ ପ୍ରାୟ ୨୦,୦୦୦ ଟଙ୍କା), ୬ଜିବି+୧୨୮ଜିବି ର ଦାମ ୨,୨୯୯ ୟୁଆନ (ଭାରତୀୟ ମୁଦ୍ରାରେ ପ୍ରାୟ ୨୩,୦୦୦ ଟଙ୍କା), ୮ଜିବି+୧୨୮ଜିବି ର ଦାମ ୨,୫୯୯ ୟୁଆନ (ଭାରତୀୟ ମୁଦ୍ରାରେ ପ୍ରାୟ ୨୬,୦୦୦ ଟଙ୍କା), ୮ଜିବି+୨୫୬ଜିବି ର ଦାମ ୨,୮୯୯ ୟୁଆନ (ଭାରତୀୟ ମୁଦ୍ରାରେ ପ୍ରାୟ ୨୯,୨୦୦ ଟଙ୍କା) ଲଞ୍ଚ କରିଛି |

ସେହିପରି ‘ରେଡ଼ମି କେ୩୦’ର ୪ଜିର ୪ ବ୍ୟାରିଏଣ୍ଟ ରେ ଆସୁଛି | ୬ଜିବି+୬୪ଜିବି ର ଦାମ ୧,୫୯୯ ୟୁଆନ (ଭାରତୀୟ ମୁଦ୍ରାରେ ପ୍ରାୟ ୧୬,୦୦୦ ଟଙ୍କା), ୬ଜିବି+୧୨୮ଜିବି ର ଦାମ ୧,୬୯୯ ୟୁଆନ (ଭାରତୀୟ ମୁଦ୍ରାରେ ପ୍ରାୟ ୧୭,୦୦୦ ଟଙ୍କା), ୮ଜିବି+୧୨୮ଜିବି ର ଦାମ ୧,୮୯୯ ୟୁଆନ (ଭାରତୀୟ ମୁଦ୍ରାରେ ପ୍ରାୟ ୧୯,୦୦୦ ଟଙ୍କା), ୮ଜିବି+୨୫୬ଜିବି ର ଦାମ ୨,୧୯୯ ୟୁଆନ (ଭାରତୀୟ ମୁଦ୍ରାରେ ପ୍ରାୟ ୨୨,୦୦୦ ଟଙ୍କା) ଲଞ୍ଚ କରିଛି |

Leave A Reply

Your email address will not be published.