Latest Odisha News

BREAKING NEWS

ଡିସକମ୍ ପାଇଁ ୯୦ ହଜାର କୋଟିର ଋଣ ବ୍ୟବସ୍ଥା

ନୂଆଦିଲ୍ଲୀ: ତାଲାବନ୍ଦ ଯୋଗୁଁ ବିଦ୍ୟୁତ ବିତରଣ କମ୍ପାନୀଗୁଡିକ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେବେ ଏହି କମ୍ପାନୀଗୁଡିକ ପାଇଁ ଅର୍ଥମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ବିଦ୍ୟୁତ ବିତରଣ କମ୍ପାନୀ ପାଇଁ ୯୦ ହଜାର କୋଟିର ଋଣ ବ୍ୟବସ୍ଥା କରାଯାଇଛି । ଏହି ଅର୍ଥକୁ କମ୍ପାନୀମାନେ ସରକାରଙ୍କଠାରୁ ନେଇ ସେମାନଙ୍କ ବକେୟା ଭରଣ କରିପାରିବେ ।

ରାଜ୍ୟ ସରକାରଙ୍କ ଗ୍ୟାରେଂଟରରେ କମ୍ପାନୀଗୁଡିକୁ ଲୋନ ଦିଆଯିବ । ବିଦ୍ୟୁତ ବିତରଣ କମ୍ପାନୀଗୁଡିକର ଗ୍ରାହକଙ୍କ ପାଇଁ ଡିଜିଟାଲ ପେମେଂଟର ବ୍ୟବସ୍ଥା କରିବେ । କମ୍ପାନୀଗୁଡିକ ସହୁଥିବା ଆର୍ôଥକ କ୍ଷତିକୁ ହ୍ରାସ କରିବା ପାଇଁ ଯୋଜନା କରାଯାଇଛି । ବିଦ୍ୟୁତ ବିତରଣ କମ୍ପାନୀଗୁଡିକ ବର୍ତ୍ତମାନ ବିଦ୍ୟୁତ ଉତ୍ପାଦନ ଓ ଟ୍ରାନ୍ସମିସନ କମ୍ପାନୀକୁ ୯୪ ହଜାର କୋଟି ଟଙ୍କା ଦେବାର ଅଛି । ଏହି ଟଙ୍କାକୁ କମ୍ପାନୀଗୁଡିକ ଋଣ ନେଇ ସୁଝି ପାରିବେ ଏବଂ ରାଜ୍ୟର ବକେୟା ଅର୍ଥ ମଧ୍ୟ ଦେଇପାରିବେ । କେନ୍ଦ୍ରୀ ବିଦ୍ୟୁତ ଉତ୍ପାଦନ ସଂସ୍ଥା ବିତରଣ କମ୍ପାନୀଗୁଡିକୁ ରିହାତି ପ୍ରଦାନ କରିବେ ।

Leave A Reply

Your email address will not be published.