Latest Odisha News

BREAKING NEWS

ହସ୍ପିଟାଲ୍ ଛାଡିଲେ ଅଭିନେତା ରାହୁଲ ରୟ !

ମୁମ୍ବାଇ: ସେଲିବ୍ରିଟି ଓ ହସ୍ପିଟାଲ । ବୋଧ ହୁଏ ଏହି ଦୁଇଟି ଶବ୍ଦର ନିବିଡତା ଗତବର୍ଷଠାରୁ ସାମାନ୍ୟ ଅଧିକ ରହିଛି । ଏହି କାରଣରୁ ଅନେକ ସେଲିବ୍ରିଟି ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ଧାରାରେ ଅଭିନେତା ରାହୁଲ ରୟ ବ୍ରେନ୍ ଷ୍ଟ୍ରୋକରେ ଶିକାର ହୋଇ ନଭେମ୍ବର ମାସରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦୀର୍ଘଦିନ ଧରି ଚିକିତ୍ସିତ ହେବା ପରେ ଶେଷରେ ସେ ହସ୍ପିଟାଲ ଛାଡିଛନ୍ତି ।

ନିକଟରେ ଏହି ଅଭିନେତା ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ନେଇ ସୋସିଆଲ ମିଡିଆରେ ଜଣାଇଥିଲେ । ବିପଦ ସମୟରେ ତାଙ୍କ ନିକଟରେ ଛିଡା ହୋଇଥିବା ସମସ୍ତ ବ୍ୟକ୍ତି ତଥା ବନ୍ଧୁମାନଙ୍କୁ ସେ ଏହି ପୋଷ୍ଟ ଜରିଆରେ ଧନ୍ୟବାଦ ଜଣାଇଛନ୍ତି ।

 

View this post on Instagram

 

A post shared by Rahul Roy (@officialrahulroy)

କାର୍ଗିଲରେ ଫିଲ୍ମ ଏଲ୍‌ଏସି: ଲିଭ୍ ଦ ବାଟଲ୍‌ର ସୁଟିଂ ସମୟରେ ରାହୁଲ ବ୍ରେନ୍ ଷ୍ଟ୍ରୋକରେ ଶିକାର ହୋଇଥିଲେ । ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନ ହେବାରୁ ତାଙ୍କୁ କାର୍ଗିଲରୁ ଶ୍ରୀନଗର ଓ ପରେ ମୁମ୍ବାଇର ନନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅଧିକ ଚିକିତ୍ସା ପାଇଁ ସେ ୱକ୍‌ହାର୍ଟ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ ।

Leave A Reply

Your email address will not be published.