Latest Odisha News

BREAKING NEWS

RSP ଗ୍ୟାସ ଲିକ୍ ଟ୍ରାଜେଡୀ: ଆଉ ଜଣେ ଅଫିସର ନିଲମ୍ବିତ

ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ ଲିକ ଘଟଣାରେ କାର୍ଯ୍ୟାନୁଷ୍ଠାନ । ସେଫ୍ଟି ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର ସ୍ମୃତିରଞ୍ଜନ ସାହୁ ନିଲମ୍ବିତ ହୋଇଛନ୍ତି । ତାଙ୍କୁ ଚାକିରିରୁ ନିଲମ୍ବନ କଲେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ସିଇଓ । ଗ୍ୟାସ୍ ଲିକ୍ ଘଟଣାରେ ଏଯାଏ ତିନି ଜଣଙ୍କୁ ସସପେଣ୍ଡ କରାଯାଇଛି ।

ଗତକାଲି କାର୍ଯ୍ୟରେ ଅବହେଳା ପାଇଁ ୨ ଜଣଙ୍କୁ ନିଲମ୍ବିତ କରାଯାଇଥିଲା । RSP ଗ୍ୟାସ୍ ଲିକ୍ ଯୋଗୁ ୪ ଜଣ ଠିକା କର୍ମଚାରୀଙ୍କ ଅକାଳ ବିୟୋଗ ହୋଇଥିଲା । ଆଉ ୬ ଜଣ ଅସୁସ୍ଥ ହୋଇଛନ୍ତି । ସେମାନଙ୍କର ରାଉରକେଲା ଆଇଜିଏଚରେ ଚାଲିଛି ଚିକିତ୍ସା ।

ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି । ସେହିପରି ଫ୍ୟାକ୍ଟ୍ରି ଏଣ୍ଡ ବଏଲର ନିର୍ଦ୍ଦେଶକଙ୍କୁ ରିପୋର୍ଟ ତଲବ କରିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ । କେମିତି ଓ କେଉଁ ପରିସ୍ଥିତିରେ ଅଘଟଣ ଘଟିଲା ସେନେଇ ରିପୋର୍ଟ ମାଗିଛନ୍ତି ମନ୍ତ୍ରୀ ।

Leave A Reply

Your email address will not be published.