Latest Odisha News

ମତ୍ସଜୀବୀ ହେବେ ଉପକୃତ: ମନ୍ଦିରା ଡ୍ୟାମରେ ଛଡାଗଲା ୧.୪ଲକ୍ଷ ଯାଁଳ

ରାଉରକେଲା: ମତ୍ସଜୀବୀଙ୍କ ଉନ୍ନତମାନର ଜୀବିକା ନିର୍ବାହ ପାଇଁ ଆରଏସପି ନେଇଛି ସୁନ୍ଦର ପଦକ୍ଷେପ । ଆରଏସପି ପକ୍ଷରୁ ଓଡିଶା ସରକାରଙ୍କ ମତ୍ସ ବିଭାଗର ସହଯୋଗରେ ମନ୍ଦିରା ଜଳଭଣ୍ଡାରରେ ୧.୪ଲକ୍ଷ ମାଛ ଯାଁଳ ଛଡାଯାଇଛି । ପ୍ରାୟ ୨ଲକ୍ଷ ମୂଲ୍ୟର ଯାଁଳକୁ ଲାଇଙ୍ଗ ଓ ଡୁମେରଜୋର ଅଞ୍ଚଳରେ ଛଡାହୋଇଛି । ଏଥିରେ ମୁଖ୍ୟତଃ ଚାରି ପ୍ରଜାତି ଯାଁଳ ରହିଛି । ସେଗୁଡିକ ହେଲା ରୋହି, ମାଗୁର, ଭାକୁର, ମିରକାଳି ।

ଏଥିସହ ମତ୍ସଜୀବୀଙ୍କୁ ତାଲିମ, ସେମାନଙ୍କର ଦକ୍ଷତା ବୃଦ୍ଧି, ଜାଲ, ଲାଇଫ୍ ଜ୍ୟାକେଟ ମତ୍ସଜୀବୀଙ୍କୁ ବଣ୍ଟନ କରାଯାଇଛି ।

ସୂଚନାଥାଉକି, ଆରଏସପି ପକ୍ଷରୁ ୨୦୨୧ରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା । ପ୍ରଥମ ଦୁଇ ବର୍ଷରେ ପ୍ରାୟ ଅଢେଇ ଲକ୍ଷ ମାଛ ଓ ତୃତୀୟ ବର୍ଷରେ ୭ଲକ୍ଷ ମାଛ ଯାଁଳ ଛ଼ଡାହୋଇଥିଲା ।

ଏହି ବଣ୍ଟନ କାର୍ଯ୍ୟକ୍ରମରେ ଆରଏସପି ସିଏସ୍ଆର ବିଭାଗର ଜିଏମ୍ ବିଭାବସୁ ମଲ୍ଲିକ, ଭାରପ୍ରାପ୍ତ ଜିଏମ୍ ମୁନମୁନ୍ ମିତ୍ର , ଏଜ୍ଏମ୍ ଆଦିତ୍ୟ ନାରାୟଣ ପତି, ଟିବି ଟପ୍ପୋ, ମ୍ୟାନେଜର ରିଚା ସୁଧିରାମ, ମତ୍ସ ବିଭାଗର ଏସଟିଏଫ୍ଏ ତଥା ପ୍ରକଳ୍ପ ଅଧିକାରୀ ରିଙ୍କୁ ଟପ୍ପୋ ସମେତ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ଥିଲେ ।

Comments are closed.