Latest Odisha News

BREAKING NEWS

ଆରଏସଏସ୍ ମୁଖ୍ୟ ମୋହନ ଭଗବତଙ୍କୁ କରୋନା, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ରାଷ୍ଟ୍ରିୟ ସ୍ବୟଂ ସେବକ ସଂଘର ମୁଖ୍ୟ ମୋହନ ଭଗବତ ଶୁକ୍ରବାର ଦିନ କୋଭିଡ -୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ତାଙ୍କୁ ନାଗପୁରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ନେଇ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ରାଷ୍ଟ୍ରିୟ ସ୍ବୟ ସେବକ ସଂଘର ମୁଖ୍ୟ ମୋହନଜୀ ଭଗବତ ଜୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କ କରୋନାଭାଇରସର ସାଧାରଣ ଲକ୍ଷଣ ରହିଛି ଏବଂ ତାଙ୍କୁ ନାଗପୁରର କିଙ୍ଗସୱେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।

ତେବେ ମାର୍ଚ୍ଚ ୭ରେ ମୋହନ ଭଗବତଙ୍କୁ କୋଭିଡ ଟିକା ଦିଆଯାଇଥିଲା। ଭଗବତଙ୍କ ସହ ଆରଏସଏସର ସାଧାରଣ ସମ୍ପାଦକ ସୁରେଶ ଭାୟାଜୀ ଯୋଶୀ ମଧ୍ୟ ନାଗପୁରର ଜାତୀୟ କର୍କଟ ପ୍ରତିଷ୍ଠାନରେ କରୋନା ଟିକା ଗ୍ରହଣ କରିଥିଲେ।

Leave A Reply

Your email address will not be published.