Latest Odisha News

BREAKING NEWS

୭୦ ଦିନରେ ରାଜ୍ୟରେ ଦିଆଯାଇଛି ୪୦ ଲକ୍ଷ ଡୋଜ୍ ଟିକା

ଭୁବନେଶ୍ୱର: ଜାନୁଆରୀ ୧୬ ରାଷ୍ଟ୍ରୀୟ ଟିକାକରଣ ଦିବସରୁ ଆରମ୍ଭ ହୋଇଥିବା ଟିକାକରଣ ରାଜ୍ୟରେ ଜାରି ରହିଛି । ଏପ୍ରିଲ୍ ୯ ସୁଦ୍ଧା ୭୦ ଦିନ ଭିତରେ ଓଡ଼ିଶା ୪୦ ଲକ୍ଷ ଡୋଜ୍ କୋଭିଟ୍ ଟିକା ଦେଇଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେବା ସହ ଏଥିପାଇଁ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛି ।

ଟିକାକରଣର ପ୍ରଥମ ୪୫ ଦିନରେ ଓଡ଼ିଶା ୧୦ ଲକ୍ଷ ଟିକା ଦେଇଥିବା ବେଳେ ପରବର୍ତ୍ତୀ ୧୧ ଦିନରେ ଆଉ ୧୦ ଲକ୍ଷ ଡୋଜ୍ ଟିକା ଦେଇଥିଲା । ପରେ ୮ ଦିନରେ ୧୦ ଲକ୍ଷ ଓ ପରବର୍ତ୍ତୀ ୬ ଦିନରେ ରାଜ୍ୟରେ ଆଉ ୧୦ ଲକ୍ଷ ଡୋଜ୍ ଟିକା ଏଭଳି ଭାବେ ୭୦ ଦିନ ମଧ୍ୟରେ ୪୦ ଲକ୍ଷ ଡୋଜ୍ ଟିକା ଦିଆଯାଇଛି ।

ଗତ ୨୪ ଘଣ୍ଟାରେ ରାଜ୍ୟର ୧୧୭୮ଟି କେନ୍ଦ୍ରରେ ୧ ଲକ୍ଷ ୯୮ ହଜାର ୫୮୮ ଜଣଙ୍କୁ ଟିକା ଦିଆଯାଇଛି । ରାଜ୍ୟରେ ଗତକାଲି ସୁଦ୍ଧା ୪୧ ଲକ୍ଷ ୮୩ ହଜାର ୪୬୬ ଡୋଜ୍ ଭ୍ୟାକ୍ସିନ୍ ଦିଆଯାଇଛି । ସ୍ୱାସ୍ଥ୍ୟକର୍ମୀ, ଆଗଧାଡ଼ିର ଯୋଦ୍ଧାଙ୍କ ସହ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଏବେ କୋଭିଡ୍ ଟିକା ଦିଆଯାଉଛି ।

Leave A Reply

Your email address will not be published.