Latest Odisha News

BREAKING NEWS

ଭାରତ ଠାରୁ ଅଲଗା ହୋଇ ପାକିସ୍ତାନବାସୀ ଖୁସି ନାହାନ୍ତି : ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ

ନୂଆଦିଲ୍ଲୀ: ଭାରତ ଠାରୁ ଅଲଗା ହୋଇ ପାକିସ୍ତାନବାସୀ ଖୁସି ନାହାନ୍ତି ବୋଲି କହିଛନ୍ତି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ। ଭୋପାଳର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି କହିଛନ୍ତି ଶ୍ରୀ ଭାଗବତ। ଆଜି ପାକିସ୍ତାନ ଲୋକେ କହୁଛନ୍ତି ଯେ ଭାରତ ବିଭାଜନ ହେବା ସବୁଠାରୁ ବଡ଼ ଭୁଲ ଥିଲା। ଭୁଲ ହୋଇଛି ବୋଲି ସବୁ ମାନୁଛନ୍ତି। ଦେଶ ବିଭାଜନ ଠାରୁ ସେମାନେ ଆଦୌ ଖୁସି ନାହାନ୍ତି। ସେମାନେ ମହାଦୁଃଖରେ ବଞ୍ଚୁଛନ୍ତି ବୋଲି ମୋହନ ଭାବଗବତ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେଉଁମାନେ ହଟଧର୍ମୀ ହୋଇ ଅଲଗା ହେବା କଥା ଭାବିଲେ ସେମାନେ କଣ ଏପର୍ଯ୍ୟନ୍ତ ସୁଖୀ ଅଛନ୍ତି।? କିନ୍ତୁ ଯେଉଁମାନେ ଭାରତକୁ ପୁଣି ଫେରିଆସିଛନ୍ତି ସେମାନେ ଏବେ ଖୁସି ଅଛନ୍ତି। ଯେଉଁମାନେ ପାକିସ୍ତାନରେ ଅଛନ୍ତି ସେମାନେ ଦୁଃଖୀ ଅଛନ୍ତି।

ଭାରତ ଠାରୁ ଅଲଗା ହୋଇ ପାକିସ୍ତାନବାସୀ କୃତିମ ଜୀବନ ବଞ୍ଚୁଛନ୍ତି। ତେଣୁ ଏହି ଭୁଲ୍‌କୁ ପୁଣିଥରେ ଠିକ୍ କରିବାର ଅଛି ବୋଲି ଭାଗବତ କହିଛନ୍ତି। ପୁଣିଥରେ ଅଖଣ୍ଡ ଭାରତ କଥା କହି ଭାଗବତ କହିଛନ୍ତି ଯେ ଆପଣମାନେ ପ୍ରସ୍ତୁତ ରୁହନ୍ତୁ। ଅଖଣ୍ଡ ଭାରତ ସତ୍ୟ ଓ ଖଣ୍ଡିତ ଭାରତ ଏକ ଦୁଃସ୍ୱପ୍ନ। ଯାହା ଏବେ ଅପସରି ଯାଉଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ପାକିସ୍ତାନ ଉପରେ ଆକ୍ରମଣ କଥା କହୁ ନାହିଁ। କାରଣ ଆମର ସେ ସଂସ୍କୃତି ନାହିଁ ଯେ ଆମେ କାହା ଉପରେ ଆକ୍ରମଣ କରିବୁ। କିନ୍ତୁ କିଏ ଆକ୍ରମଣ କଲେ ଆମେ ଏହାର ଜବାବ ଦେଇପାରିବୁ। ଏପରି ଆମେ କରିଛୁ ଓ ଆଗକୁ ମଧ୍ୟ କରିବୁ ବୋଲି ଭାଗବତ କହିଛନ୍ତି।

Leave A Reply

Your email address will not be published.