Latest Odisha News

ଖୁଣ୍ଟାରେ ବାଇକ୍, ବାରିପଦାରେ ସ୍କୁଟି ପାଇଁ ପରିବହନ ବିଭାଗ କଲା ୭ ହଜାର ଟଙ୍କା ଫାଇନ୍

ବାରିପଦା: ପରିବହନ ବିଭାଗର ଅବହେଳା ପୁଣି ଦେଖିବାକୁ ମିଳିଛି । ବାଇକର ପଞ୍ଜିକୃତ ନମ୍ବରରେ ସ୍କୁଟି ଫଟୋ ଉଠାଇ ପରିବହନ ବିଭାଗ ୭ ହଜାର ଟଙ୍କାର ଇ-ଚାଲାଣ କାଟିଛି । ଏ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳରେ ।

ଗାଡ଼ି ମାଲିକ ତରୁଣ କୁମାର ମିଶ୍ରଙ୍କ ଅଭିଯୋଗ ଅନୁସାରେ, ତାଙ୍କ ବାଇକର ପଞ୍ଜିକୃତ ନମ୍ବର ଓଡି ୧୧ସି ୬୮୧୦ । ଗତ ମାର୍ଚ୍ଚ ୨୨ ତାରିଖରେ ସେ ମୟୂରଭଞ୍ଜର ଖୁଣ୍ଟା ବ୍ଲକରେ ଥିଲେ, ଯେଉଁଠୁ ବାରିପଦା ବହୁଦୂର ଏବଂ ସେ ସେଦିନ ଯାଇନଥିଲେ। ଅଥଚ ୨୨ ତାରିଖ ଦିନ ୧୦ଟା ୩ରେ ତାଙ୍କ ଗାଡ଼ି ନମ୍ବରରେ ୭ ହଜାର ଟଙ୍କା ଇ-ଚାଲାଣ କଟାଯାଇଛି।

ଇ-ଚାଲାଣରେ ଏକ ସ୍କୁଟି ଫଟୋ ଦିଆଯାଇଛି । ଯେତେବେଳେ କି ଓଡି ୧୧ସି ୬୮୧୦ ନମ୍ବର ହେଉଛି ବାଇକର । ତେବେ କିଭଳି ଭାବେ ପରିବହନ ବିଭାଗ ଗାଡ଼ି ନମ୍ବର ଯାଞ୍ଚ ନକରି ଚାଲାଣ କାଟିଲା ତାକୁ ନେଇ ତରୁଣ ପ୍ରଶ୍ନ କରିଛନ୍ତି ।

 

Leave A Reply

Your email address will not be published.