Latest Odisha News

BREAKING NEWS

ହତ୍ୟା ଧମକ ପରେ ବୁଲେଟ ପ୍ରୁଫ କାର୍ କିଣିଲେ ସଲମାନ

ମୁମ୍ବାଇ: କିଛି ଦିନ ହେଲା ବଲିଉଡର ଭାଇଜାନ୍ ସଲମାନ ଖାନଙ୍କୁ ବାରମ୍ବାର ହତ୍ୟା ଧମକ ଦିଆଯାଉଛି । ଏହାକୁ ନେଇ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଏବେ ନିଜର ସୁରକ୍ଷା ପାଇଁ ସଲମାନ ବିଦେଶରୁ ଏକ ବୁଲେଟ୍ ପ୍ରୁଫ୍ ଗାଡ଼ି କିଣିଛନ୍ତି । କାରଟି ହେଲା ନିଶାନ ପେଟ୍ରୋଲ ଏସୟୁଭି । ଭାରତ ବଜାରରେ ଏହି ଗାଡି ଲଞ୍ଚ ହୋଇ ନାହିିଁ । ତେଣୁ ସେ ଏହାକୁ ବିଦେଶରୁ କିଣିଛନ୍ତି । ଏହି ଗାଡ଼ିର ଚାହିଦା ଦକ୍ଷିଣ ଏସିଆରେ ଅଧିକ ରହିଛି । ଏହି ବୁଲେଟପ୍ରୁଫ ଗାଡ଼ି ସୁରକ୍ଷା ଦୃଷ୍ଟିରୁ ବହୁତ ଭଲ ହୋଇଥିବାରୁ ସଲମାନ ଏହାକୁ କିଣିଛନ୍ତି ।

ମାର୍ଚ୍ଚ ୧୮ ତାରିଖରେ ସଲମାନଙ୍କୁ ହତ୍ୟା କରିବା ପାଇଁ ଇ-ମେଲ ଜରିଆରେ ଧମକ ଦିଆଯାଇଥିଲା । ଏନେଇ ସେ ମୁମ୍ବାଇର ବାନ୍ଦ୍ରା ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ତଦନ୍ତ କରି ଏହି ଇମେଲ ରାଜସ୍ଥାନର ଯୋଧପୁରରୁ ଆସିଥିବା ଜାଣିବାକୁ ପାଇଥିଲା । ପରେ ଏହି ଘଟଣାରେ ଯୋଧପୁରର ଧାକଡରାମ ବିଷ୍ଣୋଇଙ୍କୁ ଗିରଫ କରିଥିଲା ପୋଲିସ । ଏହିପରି ଭାବେ ପୂର୍ବରୁ ଅନେକ ଥର ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସଲମାନଙ୍କୁ ହତ୍ୟା କରିବ ବୋଲି ଧମକ ଦେଇସାରିଛନ୍ତି ।

Leave A Reply

Your email address will not be published.