Latest Odisha News

BREAKING NEWS

ରୁଚିକା ମହାନ୍ତି ମୃତ୍ୟୁ ମାମଲା, ଆଜି ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ଡାକରା

ଭୁବନେଶ୍ୱର: ବିଜେବି କଲେଜ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ମାମଲାରେ ନ୍ୟାୟ ଦାବି କରି ଆଜି ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସାରା ଓଡ଼ିଶାରେ ଏହି ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ନବ ନିର୍ମାଣ କୃଷକ ସଂଗଠନ ଓ ଏହାର ଛାତ୍ର ସଂଗଠନ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଏପରି ବନ୍ଦ ଡାକରା ଦିଆଯାଇଛି ।

ଏହି ଆନ୍ଦୋଳନରେ ସାମିଲ ହୋଇ ବନ୍ଦ ଡାକରାକୁ ସମର୍ଥନ ଜଣାଇବା ପାଇଁ ରାଜନୈତିକ ନେତାମାନଙ୍କୁ ଅନୁରୋଧ କରିଛନ୍ତି ସଂଗଠନର ସଂଯୋଜକ ଅକ୍ଷୟ କୁମାର। ବିଜେବି କଲେଜର ଏହି ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ମୃତ୍ୟୁ ଘଟଣାକୁ ଅନେକ ଦିନ ବିତିଛି । ଏହାପରେ ବି ପୁଲିସ ଏ ପର୍ଯ୍ୟନ୍ତ କୌଣସି ସୁରାକ୍ ପାଇନଥିବା ଏହି ଚାଷୀ ନେତା କହିଛନ୍ତି।

ଯୁବତୀଙ୍କ ଆତ୍ମହତ୍ୟାର କାରଣ ସଂପର୍କରେ ତାଙ୍କ ସୁଇସାଇଡ୍ ନୋଟରେ ଉଲ୍ଲେଖ କରିଥିଲେ ମଧ୍ୟ ପୁଲିସ ରାଗିଂ ନେଇ କୌଣସି ପ୍ରମାଣ ପାଇନଥିବା ନିକଟରେ ସଫେଇ ଦେଇଥିିଲା। ମୃତକଙ୍କ ମା’ ମଧ୍ୟ ଝିଅର ମୃତ୍ୟୁର ନ୍ୟାୟ ଦାବିରେ ଧାରଣାରେ ବସିଥିବା ବେଳେ ପୁଲିସ କର୍ମଚାରୀମାନେ ତାଙ୍କୁ ଜୋରଜବରଦସ୍ତ ଉଠାଇ ନେଇଥିଲେ। ନୈତିକତା ଦୃଷ୍ଟିରୁ ହଷ୍ଟେଲ ଓ୍ୱାର୍ଡେନ ଓ ସୁପରିଟେଣ୍ଡେଣ୍ଟ ଇସ୍ତଫା ଦିଅନ୍ତୁ ବୋଲି ସଂଯୋଜକ ଅକ୍ଷୟ ସାହୁ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଗତ ଜୁଲାଇ ୨ ତାରିଖରେ ବିଜେବି କଲେଜର ହଷ୍ଟେଲ ରୁମ ଭିତରେ ଏକ ବେଡରେ ବେକରେ ଦଉଡ଼ି ବାନ୍ଧି ଝୁଲି ପଡିଥିଲେ ରୁଚିକା ମହାନ୍ତି । ଆତ୍ମହତ୍ୟା କରିବା ପୂର୍ବରୁ ରୁଚିକା ଏକ ସୁଇସାଇଡାଲ ନୋଟ୍ ଛାଡି ଯାଇଥିଲେ । ଯେଉଁଥିରେ ସେ ତାଙ୍କର ମୃତ୍ୟୁ ପାଇଁ ତିନି ଜଣ ସିନିୟର ଛାତ୍ରୀଙ୍କୁ ଦାୟୀ କରିଥିଲେ। ହେଲେ ତିନି ସିନିୟରଙ୍କ ନାଁ ଲେଖିନଥିଲେ । ପରିବାର ଲୋକେ ମଧ୍ୟ ରୁଚିକା ରାଗିଂର ଶିକାର ହେଉଛି ବୋଲି କହିଥିବା ଗଣମାଧ୍ୟମ ଆଗରେ କହିଥିଲେ । କିନ୍ତୁ କାହାରି ନାଁ କହିନଥିଲେ ।

Comments are closed.