Latest Odisha News

BREAKING NEWS

ଫାଇଭ୍ ଟି ସଚିବଙ୍କ ବାସଭବନ ନିକଟରେ ବିକ୍ଷୋଭ, ରୁଚିକା ମହାନ୍ତିଙ୍କ ମା’ ଗିରଫ

ଭୁବନେଶ୍ୱର: ରୁଚିକା ମହାନ୍ତିଙ୍କ ମା ଓ ନବ ନିର୍ମାଣ ସଂଗଠନର କର୍ମକର୍ତ୍ତା ଗିରଫ । ରାଜ୍ୟ ସରକାରଙ୍କ ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନଙ୍କ ସରକାରୀ ବାସଭବନ ନିକଟରେ ବିକ୍ଷୋଭ କରିବାକୁ ଯାଉଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି । ବିଜେବି କଲେଜର ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ମାମଲାରେ ଆଜି ନବ ନିର୍ମାଣ ସଂଗଠନ ୧୨ ଘଂଟିଆ ବନ୍ଦ ଡାକରା ଦେଇଛି । ସାରା ଓଡ଼ିଶାରେ ସଂଗଠନର କର୍ମକର୍ତ୍ତା ବନ୍ଦ ପାଇଁଁ ଡାକରା ଦେଇଛନ୍ତି।

ବନ୍ଦର ପ୍ରଭାବ ଟୁଇନ ସିିଟିରେ ସକାଳେ ସେତେଟା ପଡିନାହିଁ । କିନ୍ତୁ ପ୍ରଭାବ ପଡିବାର ଆଶଙ୍କାକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ରବି ଟକିଜ ନିକଟରେ ଥିବା ଦୋକାନ ବଜାରକୁ ବନ୍ଦ କରିବାକୁ ସଂଗଠନର କର୍ମକର୍ତ୍ତା ଆହ୍ୱାନ କରୁଛନ୍ତି । ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଦେଖି ଟୁଇନ ସିଟିରେ ଚାରି ପ୍ଲାଟୁନ ପୋଲିସ ଫୋର୍ସ ମୁତ୍ତୟନ କରାଯାଇଛି।

ରାଜ୍ୟର ଅଧିକାଂଶ ସ୍ଥାନରେ ବସ୍ ସମେତ ଅନ୍ୟାନ୍ୟ ଯାନବାହାନ ଚଳାଚଳ କରୁଛି। ଟୁଇନ ସିଟିରେ ମୋ ବସ୍ ଚଳାଚଳ କାରୁଛି। କିନ୍ତୁ ଚାଲୁଥିବା ବସଗୁଡ଼ିକରେ ବିଶେଷ ଯାତ୍ରୀ ହେଉନଥିବା ପରିଲକ୍ଷିତ ହୋଇଛି।

ଭଦ୍ରକରେ କିନ୍ତୁ ଏହାର ପ୍ରଭାବ ଦେଖିବାକୁ ମିଳିଛି। ରାସ୍ତା ଅବରୋଧ କରାଯାଇଥିବା ବେଳେ ପିକେଟିଂ ହେଉଥିବାର ନଜିର ରହିଛି। ବନ୍ଦ ପାଳନ ବେଳେ ଅପ୍ରୀତିକର ପରିସ୍ଥିତ ଯେପରି ନ ଘଟେ ସେଥିପ୍ରତି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅଧିକାଂଶ ସ୍ଥାନରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ରୁଚିକା ପାଇଁ ନ୍ୟାୟ ଦାବି କରି ତାଙ୍କ ମା ବିଜେବି କଲେଜ ଆଗରେ ଧାରଣାରେ ବସିଥିଲେ । କଲେଜ ଫାଟକ ସାମ୍ନାରେ ଦଶାହ କର୍ମ ପାଇଁ ଆୟୋଜନ ହେଉଥିବା ବେଳେ ପୋଲିସ ଆସି ତାଙ୍କୁ ଉଠେଇ ନେଇଯାଇଥିଲା।

Comments are closed.