Latest Odisha News

ପାଣିରେ ପଡିବ ଏଥର ଅଧିବେଶନ…ଆଜି ବି ପ୍ରଶ୍ନକାଳରୁ ମୁଲତବି

ଭୁବନେଶ୍ବର: ଚଲେଇ ଦେବେନି ଚଳିତ ଅଧିବେଶନ  । ନିଷ୍ପତ୍ତି ନେଇସାରିଛନ୍ତି ବିରୋଧୀ । ଯେତେ ଯାହା କଲେ ବି କିଛି ଫରଖ ପଡିବ ନାହିଁ । ବାଚସ୍ପତିଙ୍କ ବାରମ୍ବାର ନିବେଦନ ପରେ ବି ଆଜି ବି ସମାନ ସ୍ଥିତି । ପ୍ରଶ୍ନକାଳରୁ ହିଁ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ ବିରୋଧୀ କଂଗ୍ରେସ ଏବଂ ବିଜେଡି । ବାଧ୍ୟ ହୋଇ ବାଚସ୍ପତି ୧୨ଟା ୧୫ ଯାଏଁ ଗୃହ ମୁଲତବି ରଖିଛନ୍ତି ।

ତିନି ଦିନର ବିରତି ପରେ ଆଜି ପୁଣି ସରଗରମ ହୋଇଛି ବିଧାନସଭା । ପ୍ରଶ୍ନକାଳରୁ ହିଁ ଆଟାକିଂ ମୋଡରେ ରହିଛନ୍ତି ବିରୋଧୀ । ଆଜି ଗୃହ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଅର୍ଥ, ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନକାଳ ରହିଥିବା ବେଳେ ଆମର୍ଭରୁ ବିରୋଧୀଙ୍କ କଡା ଆଭିମୁଖ୍ୟ ଦେଖିବାକୁ ମିଳିଥିଲା । ଗୃହ ମଧ୍ୟଭାଗରେ କଂଗ୍ରେସ ଓ ବିଜେଡିର ସଦସ୍ୟ ହୋହଲ୍ଲା ଆରମ୍ଭ କରିଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେଡି ନାରାବାଜି ଆରମ୍ଭ କରିଥିଲା ତ ନାରୀ ନିର୍ଯାତନା ପ୍ରସଙ୍ଗରେ ନାରା ଦେଇଥିଲା କଂଗ୍ରେସ । ଫଳରେ ଗୃହ ଅସମ୍ଭାଳ ହୋଇପଡିଥିଲା । ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବି ରଖିଲେ ରଖିଛନ୍ତି ବାଚସ୍ପତି । ମଧ୍ୟାହ୍ନ ୧୨.୧୫ ଯାଏଁ ଗୃହ ମୁଲତବି ରହିଛି ।

Comments are closed.