Latest Odisha News

BREAKING NEWS

ଦୁଇ ବର୍ଷ ପରେ ଭକ୍ତଙ୍କ ଗହଳିରେ ଗଡିବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ୱର : ଦୁଇ ବର୍ଷ ପରେ ଏଥର ଭକ୍ତଙ୍କ ଗହଳିରେ ଗଡିବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । ଶୃଙ୍ଖଳାଠାରୁ ଆରମ୍ଭ କରି ଟ୍ରାଫିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦୁଇ ବର୍ଷ ପରେ ଏଥର ଭକ୍ତଙ୍କ ଗହଳିରେ ଗଡିବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ।

ତେଣୁ ରଥଦାଣ୍ଡରେ ଅନେକ ଗହଳି ହେବ ବୋଲି ଆକଳନ ହୋଇଛି । କମିଶନରେଟ ପୁଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବସିଥିଲା । ଏହି ବୈଠକରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ, ଟ୍ରାଫିକ ଡିସିପିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଏବଂ କର୍ପୋରେଟର ଉପସ୍ଥିତ ଥିଲେ ।

ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିଲା। ସମସ୍ତ ନୀତିକାନ୍ତି ଠାରୁ ଆରମ୍ଭ କରି ରଥା ଟଣା କାମ ସୁରୁଖୁରରେ ଶେଷ ହେବ ସେ ନେଇ ଆଲୋଚନା ହୋଇଥିଲା ।

ଶୃଙ୍ଖଳାଠାରୁ ଆରମ୍ଭ କରି ଟ୍ରାଫିକ ବ୍ୟବସ୍ଥା ଉପରେ ମଧ୍ୟ ଏହି ସମୟରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.