Latest Odisha News

BREAKING NEWS

ଆଜି ୧୦ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ନେଇ ସତର୍କତା ଜାରି

ଭୁବନେଶ୍ବର: ଆଜି ୧୦ ଜିଲ୍ଲାକୁ କାଳବୈଶାଖୀ ସତର୍କ ସୂଚନା । ୧୦ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଆଜି ଜିଲ୍ଲାର ଗୋଟିଏ କି ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ଏବେ ୮ ତାରିଖ ମଧ୍ୟାହ୍ନରୁ ୧୦ ତାରିଖ ଅପରାହ୍ନ ଯାଏ ପାଗ ଶୁଖିଲା ରହିବ । ବୁଧବାର ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାରେ ତାଣ୍ଡବ ରଚିଛି କାଳବୈଶାଖୀ । ଚଳିତ ବର୍ଷର ପ୍ରଥମ କାଳବୈଶାଖୀ ଓ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି ।

ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା, କୋରାପୁଟ, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ତାଣ୍ଡବ ରଚିଛି କାଳବୈଶାଖୀ । ହିସବୁ ଜିଲ୍ଲାରେ କିଛି ସ୍ଥାନରେ ୫୦ରୁ ୬୦ କିମି ବେଗରେ ପବନ ବହିବା ସହ ବଜ୍ରପାତ ଓ ମଧ୍ୟମ ଧରଣର ବର୍ଷା ହୋଇଛି ।

Leave A Reply

Your email address will not be published.