Latest Odisha News

BREAKING NEWS

ମାଉସୀ ମା’ ମନ୍ଦିର ପହଞ୍ଚି ପାରିଲାନି ରୁକୁଣା ରଥ, ଆଜି ମଧ୍ୟ ଟାଣୁଛନ୍ତି ଶ୍ରଦ୍ଧାଳୁ

ଭୁବନେଶ୍ୱର : ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଅଶୋକାଷ୍ଟମୀ ଅବସରରେ ରବିବାର ଦିନ ରୁକୁଣା ରଥଯାତ୍ରା ଆରମ୍ଭ ହୋଇଥିଲେ ମଧ୍ୟ ଆଜି ୨ୟ ଦିନରେ ମାଉସୀ ମା’ ମନ୍ଦିରରେ ରଥ ପହଞ୍ଚିପାରିନାହିଁ ।

ମିଳିଥିବା ସୂଚନାନୁଯାୟୀ ଭକ୍ତ ରଥକୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଥିଲେ ମଧ୍ୟ ଅସଫଳ ହୋଇଛନ୍ତି । ଅସୁର କିଆରି ନିକଟରେ ରଥ ଅଟକି ରହିଥିଲା ।

ପରେ ସୋମବାର ଦିନ ଶ୍ରଦ୍ଧାଳୁମାନେ ପୁଣି ରଥ ଟାଣିଛନ୍ତି ।

ଅଶୋକାଷ୍ଟମୀ ଦିନ ରଥ ପ୍ରାୟ ଦେଢ ଘଣ୍ଟା ବିଳମ୍ବରେ ମନ୍ଦିରରୁ ବାହାରିଥିଲା । ଶ୍ରଦ୍ଧାଳୁମାନେ ସେଠାରୁ ପ୍ରାୟ ୧୫୦ମି. ରଥକୁ ଟାଣିଟାଣି ନେବା ପରେ ବଢେଇବାଙ୍କ ଠାରେ ଅଟକିଥିଲା ।

ଏଭଳି ଭାବେ ବାରମ୍ବାର ରଖ ଅଟକି ରହୁଥିବାରୁ ଭକ୍ତଙ୍କ ଗହଣରେ ନିରାଶ ଦେଖାଦେଇଛି ।

Leave A Reply

Your email address will not be published.