Latest Odisha News

BREAKING NEWS

ଓଡ଼ିଶା ଉପକୂଳରୁ ଶକ୍ତିଶାଳୀ ‘ନିର୍ଭୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ପ୍ରଥମ ଦୂରଗାମୀ ଆଣବିକ ଅସ୍ତ୍ର ବହନ କରିପାରିବାର କ୍ଷମତା ରଖିଥିବା ନିର୍ଭୟ କ୍ଷେପଣାସ୍ତ୍ରର ଭାରତ ସଫଳ ଉତକ୍ଷେପଣ କରିଛି । ଏହି କ୍ଷେପଣାସ୍ତ୍ରଟିକୁ ଓଡ଼ିଶା ଉପକୂଳରେ ଥିବା ଚାନ୍ଦିପୁର ଇଣ୍ଟେଗ୍ରେଟେଡ଼ ଟେଷ୍ଟ ରେଞ୍ଜରୁ ସଫଳତାର ସହିତ ପରୀକ୍ଷା ହୋଇପାରିଛି ।

ଏହି ଦୂରଗାମୀ କ୍ଷେପଣାସ୍ତ୍ରଟିକୁ ୩ ନଂ ଲଞ୍ଚପ୍ୟାଡ଼ରୁ ଦିନ ୧୧ଟା ୫୫ରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (ଡ଼ିଆରଡ଼ିଓ)ର ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ଉତକ୍ଷେପଣ କରାଯାଇଛି ।

ଭାରତୀୟ ବୈଜ୍ଞାନିକଙ୍କ ଜ୍ଞାନକୌଶଳରେ ନିର୍ମିତ ଏହି ଦୂରଗାମୀ ନିର୍ଭୟ କ୍ଷେପଣାସ୍ତ୍ରଟି ୩୦୦ କେଜି ଓଜନର ଅସ୍ତ୍ରଶସ୍ତ୍ର ବହନ କରିପାରିବାର କ୍ଷମତା ରଖିଛି ।

ପୂର୍ବରୁ ୨୦୧୭ ମସିହାରେ ଭଦ୍ରକ ଜିଲ୍ଲାର ଅବଦୁଲ କାଲାମ ଦୀପଠାରେ ଥିବା ଉତକ୍ଷେପଣ କେନ୍ଦ୍ରରୁ ସଫଳତାର ସହିତ ପରୀକ୍ଷଣ କରାଯାଇଥିଲା । ମାତ୍ର ୨୦୧୬ ମସିହାରେ ହୋଇଥିବା ପରୀକ୍ଷଣ ସଫଳ ହୋଇନଥିଲା ।

Leave A Reply

Your email address will not be published.