ମୁମ୍ବାଇ: ବରିଷ୍ଠ ଅଭିନେତା ପ୍ରେମ ଚୋପ୍ରାଙ୍କ ମୃତ୍ୟୁ ଗୁଜବ ବଲିଉଡ ଏବଂ ସିନେପ୍ରେମୀଙ୍କୁ ଅସ୍ତ ବ୍ୟସ୍ତ କରି ପକାଇଥିଲା । କିଛି ସମୟ ପରେ ଏହା ଗୁଜବ ବୋଲି ଜଣା ପଡିଥିଲା । ଖବର ପ୍ରସାରିତ ହେବା ପରେ ପ୍ରେମ ଚୋପ୍ରାଙ୍କ ପରିବାର ସଦସ୍ୟଙ୍କ ପାଖକୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା କଲ ଏବଂ ମେସେଜର ସୁଅ ଛୁଟିଥିଲା । ଏହା ନିଶ୍ଚିତ ଭାବେ ଦୁଃଖର କଥା, ଜୀବିତ ଲୋକଙ୍କ ମୃତ୍ୟୁ ଖବର ପ୍ରସାରିତ କରି ସେମାନେ କଣ ଆନନ୍ଦ ପାଇଛନ୍ତି ତାହା ମୁଁ ଜାଣି ନାହିଁ । ମୋ ପ୍ରଶଂସକମାନଙ୍କୁ କହିବାକୁ ଚାହୁଁଛି ଆପଣମାନଙ୍କ ଆଶୀର୍ବାଦରୁ ମୁଁ ସୁସ୍ଥ ଏବଂ ଠିକ ଅଛି । କିଛି ଦିନ ତଳେ ମୋ ପ୍ରିୟ ବନ୍ଧୁ ଜିତେନ୍ଦ୍ରଙ୍କୁ ମଧ୍ୟ ଗୁଜବରେ ମାରି ଦେଇଥିଲେ । ସୁସ୍ଥ ସମାଜରେ ଏହା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁୟାରୀରେ ପ୍ରେମ ଚୋପ୍ରା ଏବଂ ତାଙ୍କ ପତ୍ନୀଙ୍କୁ କରୋନା ହୋଇଥିଲା । ଚିକିତ୍ସା ପରେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ପେରିଥିଲେ ।
BREAKING NEWS
- ଅଗରକରଙ୍କ କାର୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି
- ଦୁର୍ଗା ପୂଜା ପୂର୍ବରୁ କୁଖ୍ୟାତ ଅପରାଧୀ ଘର ଉପରେ ବୁଲିଲା ବୁଲ୍ଡୋଜର
- ରାହୁଲ ଗାନ୍ଧୀଙ୍କୁ ରିଲଞ୍ଚ କରିବା ପାଇଁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବିରୋଧୀ, ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଲେ ସମ୍ବିତ
- ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା
- ଅଧିକ ସୁରକ୍ଷିତ ଓ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ପାଇଁ ଅଗ୍ନି ପ୍ରତିରୋଧୀ ଷ୍ଟ୍ରକ୍ଚରାଲ୍ ଷ୍ଟିଲ୍ ବିକଶିତ କଲା ଟାଟା ଷ୍ଟିଲ୍

Comments are closed.