ନବରଙ୍ଗପୁର: କଳାହାଣ୍ଡି ଜିଲ୍ଲା ୨୬ ନଂ ଜାତୀୟ ରାଜପଥରେ ଘଟିଛି ଅଭାବନୀୟ ଦୁର୍ଘଟଣା ।ଚାଲୁ ଚାଲୁ ହୁ ହୁ ହୋଇ ଜଳିଲା କାର । ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଓ ଯାତ୍ରୀ।
ସୂଚନାନୁସାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପ୍ରଗତି ମହାବିଦ୍ୟାଳୟ ରାସ୍ତା ସମ୍ମୁଖରେ ଏକ ଚଳନ୍ତା କାରରେ ନିଆଁ ଲାଗିଯାଇଛି । ନଆଁ ଲାଗିବା ଦେଖି କାରରୁ ଡେଇଁ ପଡ଼ିଥିଲେ ଡ୍ରାଇଭର ଓ ଯାତ୍ରୀ । ନିମିଶକ ମଧ୍ୟରେ କାରଟି ହୁତୁ ହୁତୁ ହୋଇ ଜଳି ଯାଇଥିଲା।
ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁ ନିୟନ୍ତ୍ରଣ କରିଥିଲେ ମଧ୍ୟ କାରଟି ସଂପୂର୍ଣ୍ଣ ଭାବେ ଜଳିଯାଇଛି ।
Comments are closed.