ନୂଆଦିଲ୍ଲୀ: ଛୋଟ ପରଦାର ଅଭିନେତ୍ରୀ ରୁପାଲି ଗାଙ୍ଗୁଲୀ ହିନ୍ଦି ସମେତ ଅନ୍ୟାନ୍ୟ ଭାଷାରେ ବିଭିନ୍ନ ଧାରାବାହିକରେ ଅଭିନୟ କରି ଘରେ ଘରେ ବେଶ୍ ପରିଚିତ । କିନ୍ତୁ ଏବେ ଟିଭିର ସବୁଠାରୁ ଲୋକପ୍ରିୟ ଧାରାବାହିକ ‘ଅନୁପମା’ ତାଙ୍କର ଭାଗ୍ୟକୁ ବଦଳାଇ ଦେଇଛି । ସମ୍ପ୍ରତି ସେ ପାଲଟି ଯାଇଛନ୍ତି ଟିଭି ପରଦାର ସବୁଠାରୁ ଦାମୀ ଅଭିନେତ୍ରୀ । ଏଥିରେ ସେ ଜଣେ ଗୃହିଣୀ ଭୂମିକାରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି ।
ଧାରାବାହିକ ‘ଅନୁପମା’ର ମୁଖ୍ୟ ଚରିତ୍ରରେ ଦମ୍ଦାର ଅଭିନୟ କରିଛନ୍ତି ରୁପାଲି । କୁହାଯାଉଛି ଧାରାବାହିକର ଚରିତ୍ର ପୁରାପୁରି ଫିଟ୍ ହୋଇଛି ରୁପାଲିଙ୍କୁ । ଲାଗୁଛି ଯେପରି ଏହି ଚରିତ୍ରଟି କେବଳ ଏହି ଅଭିନେତ୍ରୀଙ୍କ ପାଇଁ ତିଆରି ହୋଇଛି । ମୋଟ ଉପରେ ‘ଅନୁପମା’ରେ ଅଭିନୟ ତାଙ୍କର ଲୋକପ୍ରିିୟତାକୁ ଦ୍ୱିଗୁଣିତ କରି ଦେଇଛି । ସେ ଏହି ଧାରାବାହିକର ପ୍ରତ୍ୟେକ ଏପିସୋଡ଼ ପାଇଁ ୩ ଲକ୍ଷ ଟଙ୍କାର ପାରିଶ୍ରମିକ ନେଉଛନ୍ତି । ଆଗରୁ ସେ ଗୋଟେ ଏପିସୋଡ଼କୁ ଦେଢ ଲକ୍ଷ ଟଙ୍କା ନେଉଥିଲେ । ଏହି ଧାରାବାହିକର ଲୋକପ୍ରିୟତା ବଢିବା ସହିତ ତାଙ୍କର ମଧ୍ୟ ଚାହିଦା ବି ବଢିଛି । ଏହି ଖୁସିରେ ସେ ଏକ ନୂଆ ମର୍ସିଡିଜ୍ କାର କିଣିଛନ୍ତି । ରୁପାଲି ମାତ୍ର ୪ ବର୍ଷ ବୟସରୁ ଅଭିନୟ ଦୁନିଆରେ ପାଦ ଦେଇଛନ୍ତି । ସେ ‘ସାରାଭାଇ ଭରସେସ୍ ସାରାଭାଇ’, ‘ବା, ବୋହୁ ଓ୍ୟୌର ବିବି’ , ‘ପରବରିସ’, ‘କୁଛ ଖଟ୍ଟି କୁଛ ମିଠି’ ଭଳି ସିରିଏଲରେ ତାଙ୍କର ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏହା ପରେ ସେ ଲମ୍ବା ସମୟ ଧରି ଟିଭି ଦୁନିଆରୁ ଦୂରେଇ ରହିଥିଲେ । ଦୀର୍ଘ ସାତ ବର୍ଷ ପରେ ପୁଣି ୨୦୨୧ରେ ଅନୁପମା ଧାରାବାହିକରେ ଫେରି ନିଜର ଅଭିନୟର ଯାଦୁ ଦେଖାଇଛନ୍ତି ।
BREAKING NEWS
- କଳିଙ୍ଗ ଷ୍ଟାଡିୟମରେ ହେବ ସବଜୁନିୟର ନ୍ୟାସନାଲ ରଗବୀ ସେଭେନ୍ସ ଚାମ୍ପିୟନସିପ୍
- Makar Sankranti: ଆସନ୍ତାକାଲି ମକର ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି
- ବିଜୟ ହଜାରେ ଟ୍ରଫି: ସେମିଫାଇନାଲରେ କର୍ଣ୍ଣାଟକ-ବିଦର୍ଭ, ପଞ୍ଜାବ-ସୌରାଷ୍ଟ୍ର ମଧ୍ୟରେ ହେବ ମୁକାବିଲା
- Clean Survey: ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ, ଶ୍ରେଷ୍ଠ ସ୍ୱଚ୍ଛ ବିଦ୍ୟାଳୟକୁ ମିଳିବ ୫୦ ହଜାର ଟଙ୍କାର ପୁରସ୍କାର
- ମାଞ୍ଜା ସୂତା ଲାଗି ଭୁବନେଶ୍ୱରରେ ଯୁବକ ଗୁରୁତର
- କେନ୍ଦୁଝରରେ ଖୋଲିବ ଏନଏସଡିର ରାଜ୍ୟ ଶାଖା, ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର..
- ଆଉ ହେବନି ୧୦ ମିନିଟ୍ ମଧ୍ୟରେ ଡେଲିଭରି, ଇ-କମର୍ସ କମ୍ପାନୀଗୁଡ଼ିକ ଉପରେ ରୋକ୍ ଲଗାଇଲେ ସରକାର
- ଫିରିଙ୍ଗିଆ ତହସିଲର ପୂର୍ବତନ କର୍ମଚାରୀ ଅଜୟ ମଲ୍ଲିକଙ୍କୁ ୩ ବର୍ଷ ଜେଲ ଦଣ୍ଡ
- ଆଇସିସି କଥା ମାନୁନି ବାଂଲାଦେଶ
- BJD: ଏବେ ସୁଧା ୮ ଜିଲ୍ଲାରେ ଖୋଲିଲାନି ମଣ୍ଡି, ଚାଷୀକୂଳକୁ ପ୍ରତାରଣା କରିଛନ୍ତି ରାଜ୍ୟ ସରକାର: ବିଜେଡି
Comments are closed.