Latest Odisha News

BREAKING NEWS

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଗିଲ

ଅହମ୍ମଦାବାଦ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ରେ କମାଲ କରିଛନ୍ତି ଶୁଭମନ ଗିଲ । ଭାରତ ପ୍ରଥମେ ବ୍ୟାଟିଂ କରି ଗିଲଙ୍କ ବିସ୍ଫୋରକ ଶତକ ବଳରେ ୪ ୱିକେଟ ବିନିମୟରେ ୨୩୪ ରନ କରିଥିଲା । ଗିଲ ମାତ୍ର ୬୩ ବଳରେ ୧୨ ଚୌକା ୭ ଛକା ବଳରେ ୧୨୬ ରନ କରି ଅପରାଜିତ ରହିଥିଲେ । ଏଥିସହ ଟି୨୦ରେ ସେ ଭାରତ ପକ୍ଷରୁ ବ୍ୟକ୍ତିଗତ ସର୍ବାଧିକ ସ୍କୋର କରିଛନ୍ତି । ପୂର୍ବରୁ ବିରାଟ କୋହଲିଙ୍କ ନାମରେ ଏହି ରେକର୍ଡ ରହିଥିଲା । ସେ ଗତ ବର୍ଷ ଆଫଗାନିସ୍ତାନ ବିପକ୍ଷରେ ୧୨୨ ରନର ଇନିଂସ ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାହୁଲ ତ୍ରିପାଠୀ ୪୪ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩୦ ରନ କରିଥିଲେ ।

ପାଣ୍ଡ୍ୟା ଓ ଗିଲ ୪ର୍ଥ ୱିକେଟରେ ୪୦ ବଲରେ ୧୦୩ ରନ ଯୋଗ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଡେରେଲ ମିଚେଲ, ମାଇକ ବ୍ରେସୱେଲ, ବ୍ଲେୟର ଟିକନର ଓ ଇଣ ସୋଧୀ ଗୋଟିଏ ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଟିମ ଇଣ୍ଡିଆ ଅଧିନାୟକ ପାଣ୍ଡ୍ୟା ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା ।

Leave A Reply

Your email address will not be published.