ମସ୍କୋ: ରୁଷିଆ-ୟୁକ୍ରେନ ଯୁଦ୍ଧର ୫ମ ଦିବସରେ ବେଲାରୁଷରେ ହୋଇଥିବା ଶାନ୍ତି ଆଲୋଚନା ଏକପ୍ରକାର ବିଫଳ ହୋଇଛି । ୟୁକ୍ରେନ ସପକ୍ଷରେ ୟୁରୋପୀୟ ଦେଶଗୁଡିକ ସହାୟତା ଯୋଗାଉ ଥିବାରୁ ରୁଷ ରାଗିଯାଇଛି । ସୋମବାର ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ନିର୍ଦ୍ଦେଶକ୍ରମେ ବ୍ରିଟେନ, ଜର୍ମାନୀ ସମେତ ୩୬ ଦେଶ ପାଇଁ ମସ୍କୋ ନିଜର ଏୟାର ସ୍ପେସ ବନ୍ଦ କରିଛି । ପୂର୍ବରୁ ୟୁରୋପୀୟ ସଂଘଗୁଡିକ ରୁଷିଆ ଏୟାରଲାଇନ୍ସ ପାଇଁ ସମାନ ପଦକ୍ଷେପ ଗ୍ରହଣ କରିଥିଲେ ।
ଏଥିଯୋଗୁ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଭିକ୍ଟୋରୋଭିଚଙ୍କ ଜେନେଭା ଗସ୍ତ ବାତିଲ ହୋଇଥିଲା । ସହଜରେ ୟୁକ୍ରେନ ଉପରେ କବଜା କରିନେବ ବୋଲି ରୁଷ ଯେଉଁ ଆଶାପୋଷଣ କରିଥିଲା ତାହା କିନ୍ତୁ ବୁମେରାଂ ସାବ୍ୟସ୍ତ ହୋଇଛି । ଏବେ ୟୁକ୍ରେନ ଉପରେ ରୁଷ ପରମାଣୁ ଆକ୍ରମଣ ନେଇ ସଜବାଜ ହେଉଥିବା ଖବର ପ୍ରକାଶ ପାଇଛି ।
Comments are closed.