Latest Odisha News

ମହା ଶିବରାତ୍ରୀରେ ଉଜ୍ଜୈନରେ ପ୍ରଜ୍ଜ୍ୱଳିତ ହେବ ୨୧ ଲକ୍ଷ ଦୀପ

ଉଜ୍ଜୈନ: ମଙ୍ଗଳବାର ମହାଶିବରାତ୍ରୀରେ ଉଜ୍ଜୈନରେ ପାଳିତ ହେବ ଶିବ ଜ୍ୟୋତି ଅର୍ପଣମ ମହୋତ୍ସବ । ଏହି ଦିନ ୨୧ ଲକ୍ଷ ଦୀପ ଜଳାଯିବ । ୧୨ ଲକ୍ଷ ଦୀପ କ୍ଷିପ୍ରା ନଦୀ କୂଳରେ ମାତ୍ର ୧୦ ମିନିଟରେ ପ୍ରଜ୍ଜ୍ୱଳିତ କରାଯାଇ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ପାଇଁ ଉଦ୍ୟମ କରାଯିବ । ସାଇରନ ବାଜିବା ମାତ୍ରେ ଦୀପ ପ୍ରଜ୍ଜ୍ୱଳିତ କରାଯିବ, ଏହାର ୧୦ ମିନିଟ ପରେ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡର ଅଧିକାରୀମାନେ ଏହାକୁ ପରୀକ୍ଷା କରିବା ସହ କ୍ୟାମେରାରେ ଅଦ୍ଭୁତ ଦୃଶ୍ୟକୁ ଉତୋଳନ କରିବେ ।

BjdElectrycity

ସାଧାରଣ ଜନତାଙ୍କୁ ଏହା ପରେ ପ୍ରବେଶ ପାଇଁ ଅନୁମତି ମିଳିବ । ପୂର୍ବରୁ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ରେକର୍ଡ ସଂଖ୍ୟକ ଦୀପ ଜଳା ଯାଇଥିଲା । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ମଧ୍ୟ ଏଠାରେ ଦୀପ ପ୍ରଜ୍ଜ୍ୱଳିତ କରିବେ ।

Comments are closed, but trackbacks and pingbacks are open.