Latest Odisha News

ରୁଷିଆ, ବେଲାରୁଷ ମିଳିତ ସମରାଭ୍ୟାସ ନେଇ ଚିନ୍ତାରେ ୟୁକ୍ରେନ ଏବଂ ବିଶ୍ୱ

କୀଭ: ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ହେବାର ନାମ ଧରୁନି । ରୁଷ ତାର ଜିଦରେ ଅଟଳ ରହି ୟୁକ୍ରେନକୁ ଛାରଖାର କରିବାରେ ଲାଗିଛି । ଅପରପକ୍ଷରେ ୟୁରୋପୀୟ ଦେଶଗୁଡିକ ସହାୟତାରେ ୟୁକ୍ରେନ ଯୁଦ୍ଧର ମୁକାବିଲା କରୁଛି । ତେବେ ସୋମବାର ରୁଷିଆ ଏବଂ ବେଲାରୁଷ ମଧ୍ୟରେ ସମରଭ୍ୟାସ ଆରମ୍ଭ ହୋଇଛି । ଉଭୟ ଦେଶର ବାୟୁସେନା ଏହି ଅଭ୍ୟାସ କରିବା ଫଳରେ ୟୁକ୍ରେନ ଏବଂ ବିଶ୍ୱର ଚିନ୍ତା ବଢ଼ିଛି । ଯୁଦ୍ଧରେ ସାମିଲ ହେବା ପାଇଁ ବେଲାରୁଷ ଉପରେ ରୁଷ ଚାପ ପକାଇ ଆସୁଛି । ଅବଶ୍ୟ ଏହାକୁ ବେଲାରୁଷ ଖଣ୍ଡନ କରିବା ସହ ଏହା ଏକ ନିୟମିତ ଅଭ୍ୟାସ ବୋଲି କହିଛି ।

ପୂର୍ବରୁ ୟୁକ୍ରେନକୁ ବାରମ୍ବାର ବେଲାରୁଷ ଆକ୍ରମଣ ନେଇ ଚେତାବନୀ ଦେଇ ଆସିଛି । ୟୁକ୍ରେନର ଦକ୍ଷିଣ ସୀମା ବେଲାରୁଷକୁ ଲାଗି କରି ଥିବାରୁ ଏଠାେ ସର୍ବଦା ଉତେଜନା ଲାଗି ରହିଥାଏ । ରୁଷ ସହାୟତାରେ ବେଲାରୁଷ ଏହାର ଫାଇଦା ଉଠାଇବା ଲକ୍ଷ୍ୟରେ ରହିଛି । ବେଲାରୁଷ ସାମିଲ ହେଲେ ଯୁଦ୍ଧ ପରିସ୍ଥ୍‌ିତି କଣ ହେବ ସେ ନେଇ ୟୁରୋପୀୟ ଦେଶଗୁଡିକ ମଧ୍ୟରୁ କିଛି ବୟାନ ଆସିନି ।

Leave A Reply

Your email address will not be published.