Latest Odisha News

ୟୁକ୍ରେନ ଉପରେ ପରମାଣୁ ବୋମା ପଡ଼ିବା ଉଚିତ କି ନୁହେଁ, କହିଲା ରୁଷ

ମସ୍କୋ: ଦୁଇ ମାସରୁ ଅଧିକ ଦିନ ହେବ ଚାଲିଛି ଦୁଇ ପଡୋଶୀ ଦେଶ ରୁଷ ଏବଂ ୟୁକ୍ରେନ ଯୁଦ୍ଧ । ଏହି ଯୁଦ୍ଧ ଭିତରେ ୟୁକ୍ରେନ ଉପରେ ବିପଦ ସେତେବେଳେ ଅଧିକ ବୋଲି ଜଣାପଡେ ଯେତେବେଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପରାମାଣୁ ପ୍ରସଙ୍ଗରେ କିଛି ବୟାନ ଦିଅନ୍ତି କିମ୍ବା ନିଜ ସେନା ଅଧିକାରୀକୁ କୌଣସି ନିର୍ଦ୍ଦେଶ ଦିଅନ୍ତି । ଏବେ ପୁଣି ଏକ ବୟାନ ଦେଇଛି ରୁଷ । ଯାହାକି ୟୁକ୍ରେନକୁ ବେଶ ସୁହାଇଛି ।

ରୁଷ କହିଛି, ୟୁକ୍ରେନ୍ ଉପରେ ପରମାଣୁ ଆକ୍ରମଣ କରିବ ନାହିଁ ଏବଂ ପରମାଣୁ ଆକ୍ରମଣ ହେବା ଠିକ୍ ନୁହଁ । ଏପରି କହି ୟୁକ୍ରେନ ବିରୋଧରେ ରୁଷ ନିଜର ଆଭିମୁଖ୍ୟରେ ସାମାନ୍ୟ ପରିବର୍ତ୍ତନ ବା ସ୍ୱର ନରମ କରିଛି ବୋଲି କୁହାଯାଉଛି।

ରୁଷର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଆଲେକ୍ସି ଜୟତ୍ସେଭ୍ କହିଛନ୍ତି, ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ ନେଇ ଯେଉଁ ଅଭିଯୋଗ ଆସୁଛି ତାହା ଭିତ୍ତିହୀନ । ରୁଷ ପରମାଣୁ ନୀତିକୁ ଅନୁସରଣ କରୁଛି। ଏଭଳି ଆକ୍ରମଣରେ କୌଣସି ଦେଶ ଜିତିପାରିବ ନାହିଁ। ଆମେରିକାକୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ ୟୁକ୍ରେନକୁ ଅଧିକ ଉତ୍ତେଜିତ କରିବା ପାଇଁ ଏହି ଦେଶ ଯେକୌଣସି ସ୍ତରକୁ ଯାଇ ପାରେ।

ଆମେରିକାରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତ ଏନାତୋଲି ଏନ୍ତୋନୋବ କହିଛନ୍ତି ଯେ ଆମ ଦେଶର ପରମାଣୁ ନୀତିକୁ ନେଇ ରୁଷ ଅଧିକାରୀଙ୍କ ବୟାନକୁ ବିକୃତ କରାଯାଉଛି। ୟୁକ୍ରେନର ପରିସ୍ଥିତିକୁ ପାଶ୍ଚାତ୍ୟ ଦେଶମାନେ ଦାୟିତ୍ୱହୀନ ଭାବେ ମୁକାବିଲା କରୁଛନ୍ତି ବୋଲି ସେ କହିଛନ୍ତି। ନାଟୋର ଆଭିମୁଖ୍ୟ ଏବଂ ୟୁକ୍ରେନକୁ କ୍ରମାଗତ ସହାୟତା ପରମାଣୁ ଯୁଦ୍ଧକୁ ନେଇ ଉତ୍ତେଜନା ସୃଷ୍ଟି କରୁଛି ବୋଲି ସେ କହିଛନ୍ତି।

Comments are closed.