Latest Odisha News

BREAKING NEWS

ଆଇଏଏସଙ୍କ ସମ୍ପର୍କୀୟଙ୍କ ଘରୁ ମିଳିଲା ନଗଦ ୧୯ କୋଟି

ରାଞ୍ଚି: ମନରେଗା ଘୋଟଲା ମାମଲାରେ ଆଇଏଏସ ପୂଜା ସିଙ୍ଘଲଙ୍କ ସମ୍ପତ୍ତି ଓ ସଂପର୍କୀୟଙ୍କ ଘରେ ଇଡି ରେଡ୍ କରିଛି । ଶୁକ୍ରବାର ଇଡି ଏହି ରେଡ୍ କରି ପାଖାପାଖି ୧୯ କୋଟି ଟଙ୍କା ନଗଦ ଜବତ କରିଛି । ଇଡି ମେସିନ ଲଗାଇ ଜବତ ଟଙ୍କା ଗଣିଛି। ଆଇଏଏସ ଅଫିସର ଜଣଙ୍କ ଏବେ ଝାଡଖଣ୍ଡର ଖଣି ସଚିବ ରହିଛନ୍ତି । ତାଙ୍କ ନାଁରେ ମନରେଗା ଦୂର୍ନୀତି ଅଭିଯୋଗ ରହିଛି। ଇଡି ରେଡ୍ କରି ଆଇଏଏସଙ୍କ ଶ୍ୱଶୂର କାମେଶ୍ୱର ଝାଙ୍କୁ ଗିରଫ କରିଛି ।

ଝାଡଖଣ୍ଡର ବରିଷ୍ଠ ଆଇଏଏସ ପୂଜା ସିଙ୍ଗଲଙ୍କ ବାସ ସ୍ଥାନ ସମେତ ଏକକାଳୀନ ୮ଟା ରାଜ୍ୟରେ ଚଢାଉ ହୋଇଥିଲା। ଏହି ସମୟ ମଧ୍ୟରେ ପୂଜାଙ୍କ ସ୍ୱାମୀ ଅଭିଷେକଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ ସୁମିତ କୁମାରଙ୍କ ଘରୁ କେବଳ ୧୭ କୋଟି ଏବଂ ଆଉ ଜଣଙ୍କ ଘରୁ ନଗଦ ୧.୮ କୋଟି ଜବତ କରିଛି ଇଡି । ଏଥିସହିତ ଅନେକ ଦସ୍ତାବିଜ ମଧ୍ୟ ଜବତ ହୋଇଛି। ତେବେ ଏହି ସଂଖ୍ୟା ରେଡ୍ ବେଳେ ଇଡି ଟିମ୍ ମିଡିଆକୁ ଦେଇଥିବା ସୂଚନା । ହେଲେ କେତେ ଟଙ୍କା ଜବତ ହୋଇଛି ଇଡି ଏ ନେଇ କୌଣସି ସ୍ପଷ୍ଟୀକରଣ ଦେଇନାହିଁ ।

ଶୁକ୍ରବାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ ବା ମନରେଗାରେ ଦୁର୍ନୀତି ହୋଇଥିବା ନେଇ ଇଡି ଝାଡଖଣ୍ଡ ଏବଂ ଅନ୍ୟ ଚାରିଟି ରାଜ୍ୟରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ସୂଚନାନୁସାରେ, ଶୁକ୍ରବାର ଜବତ ହୋଇଥିବା ନଗଦ ଟଙ୍କାକୁ ଗଣିବା ପାଇଁ ତିନୋଟି ନୋଟ୍ ଗଣତି ମେସିନ୍ ବ୍ୟବହାର କରାଯାଇଥିଲା। ଜବତ ଟଙ୍କା ମଧ୍ୟରେ ୨ ହଜାର, ୫ ଶହ, ୨ ଶହ, ଏବଂ ଶହେ ଟଙ୍କିଆ ନୋଟ ବଣ୍ଡଲ ଜବତ ହୋଇଛି।

ଏହାପୂର୍ବରୁ, ଇଡି ଝାଡଖଣ୍ଡର ତତ୍କାଳୀନ ଜୁନିୟର ଇଞ୍ଜିନିୟର ରାମ ବିନୋଦ ପ୍ରସାଦ ସିହ୍ନାଙ୍କୁ ଗିରଫ କରିଥିଲା। ତାଙ୍କ ବିରୋଧରେ ଝାଡ଼ଖଣ୍ଡ ଭିଜିଲାନ୍ସ ୧୬ଟି ଏଫଆଇଆର ରୁଜୁ କରିବା ପରେ ତାଙ୍କୁ ଗିରଫ କରିଥିଲା।

୨୦୦୭-୨୦୦୮ ମସିହାରେ ରାମ ସିହ୍ନା ୧୮ କୋଟି ଟଙ୍କାର ମନରେଗା ପାଣ୍ଠି ଅପବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ପରେ, ଇଡି ତାଙ୍କ ବିରୋଧରେ ଏକ ଚାର୍ଜସିଟ୍ ଦାଖଲ କରିଥିଲେ।

ସିହ୍ନାଙ୍କୁ ଜେରା କରିବା ସମୟରେ ବଡ ବଡିଆଙ୍କ ନାମ ସାମ୍ନାକୁ ଆସିଥିଲା । ଯେଉଁଥିରେ ଆଏଏସ ପୂଜା ସିଙ୍ଘଲ ଏବଂ ଅନ୍ୟମାନଙ୍କ ନାଁ ରହିଛି। ଏହି ମାମଲାରେ ଇଡି ଶୁକ୍ରବାର ଦିନ ଝାଡଖଣ୍ଡ, ବିହାର, ରାଜସ୍ଥାନ, ପଶ୍ଚିମବଙ୍ଗ ଏବଂ ମୁମ୍ବାଇର ସରକାରୀ ବାସଭବନ ଏବଂ ଅନ୍ୟାନ୍ୟ ସ୍ଥାନରେ ଇଡି ରେଡ୍ କରିଛି। ଏବେ କିନ୍ତୁ ଆଇଏଏସ ପୂଜା ସିଙ୍ଘଲ ବର୍ତ୍ତମାନ ଝାଡଖଣ୍ଡ ସରକାରରେ ଖଣି ଏବଂ ଭୂବିଜ୍ଞାନ ସଚିବ ରହିଛନ୍ତି।

Leave A Reply

Your email address will not be published.