Latest Odisha News

BREAKING NEWS

ବାତ୍ୟାର କେନ୍ଦ୍ର ଓଡ଼ିଶା ଠାରୁ ୨୦୦ କିଲୋମିଟର ଦୂରରେ ରହିବ: ଆଇଏମଡି ଡିଜି

ଭୁବନେଶ୍ୱର: ସମୁଦ୍ର ବେଳାଭୂମି ସମେତ ସମୁଦ୍ର ଭିତରକୁ ପ୍ରବେଶ ନ କରିବାକୁ ଆଇଏମଡି ଡିଜି ପରାମର୍ଶ ଦେଇଛନ୍ତି । ଆସନ୍ତା ୮ତାରିଖ ସନ୍ଧ୍ୟା ସୁଦ୍ଧା ମତ୍ସ୍ୟଜୀବୀ ଟ୍ରଲର ଓ ସମୁଦ୍ର କୁଳ ବେଳାଭୁମିରେ ବୁଲାବୁଲି କରିବାକୁ ମନା କରି ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ବାତ୍ୟାର ଚିତ୍ର ଶନିବାର ସ୍ପଷ୍ଟ ହେବ ବୋଲି କହିଛନ୍ତି।

ଶୁକ୍ରବାର ସକାଳେ ଯେଉଁ ଲଘୁଚାପ ସୃଷ୍ଟି ହୋଇଛି ତାହା ଦକ୍ଷିଣ ଆଣ୍ଡାମାନରେ ନିକଟ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ସୃଷ୍ଟି ହୋଇଥିଲା । ତାହା ଏବେ ସେହି ସ୍ଥାନରେ ସ୍ଥିର ରହିଛି । ଆସନ୍ତାକାଲି (ଶନିବାର) ସନ୍ଧ୍ୟା ସୁଦ୍ଧା ଏହା ଅବପାତରେ ପରିଣତ ହେବ ଆଉ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ସାଗରରେ ଏହା ୮ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବ।

ବର୍ତମାନ ସୁଦ୍ଧା ଏହାର ପ୍ରଭାବ ଓଡ଼ିଶା ଉପରେ ନାହିଁ। ଏହା ଓଡ଼ିଶା ଠାରୁ ବହୁ ଦୂରରେ ରହିଛି। ଉତ୍ତର ପଶ୍ଚିମ ଦିଗରେ ଏହାର ଗତି ୧୦ ତାରିଖରେ ପଶ୍ଚିମ ବଙ୍ଗୋପସାଗରର ଉତ୍ତର ପୂର୍ବ ଦିଗରେ ପହଞ୍ଚିବ। ବାତ୍ୟାର କେନ୍ଦ୍ର ଓଡ଼ିଶା ଠାରୁ ୨୦୦ କୋଲୋମିଟର ଦୂରରେ ରହିବ। ୧୦ ତାରିଖ ସକାଳେ ପବନର ଘଣ୍ଟା ପ୍ରତି ବେଗ ୮୦ ରୁ ୧୦୦ କିଲୋମିଟର ହୋଇପାରେ। ୯ ତାରିଖରୁ ମତ୍ସ୍ୟଜୀବୀ ମାନେ ସମୁଦ୍ର ଭିତରକୁ ନଯିବା ଉଚିତ ବୋଲି ସେ କହିଛନ୍ତି ।

ବାତ୍ୟା କେଉଁ ଦିଗ ଆଡକୁ ଗତି କରିବ କ’ଣ ପ୍ରଭାବ ରହିବ ତାହା ଆସନ୍ତାକାଲି ସମୁଦ୍ରରେ ଅବପାତର ରୂପ ନେବା ପରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି । କିନ୍ତୁ ଏହାର ପ୍ରଭାବ ଯୋଗୁଁ ଉପକୂଳ ଓଡ଼ିଶାରେ ବର୍ଷା ହେବ । ହେଲେ ଭୟଭୀତ ହୁଅନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛନ୍ତି ଆଇଏମଡି ଡିଜି।

Leave A Reply

Your email address will not be published.