Latest Odisha News

BREAKING NEWS

ୟୁକ୍ରେନର ଚେର୍ନିହିଭ୍ ସହରରେ ଋଷର ମିଶାଇଲ ମାଡ଼

ନୂଆଦିଲ୍ଲୀ: ୟୁକ୍ରେନର ଚେର୍ନିହିଭ୍‌ ସହରରେ ମିଶାଇଲ ମାଡ଼ କରିଛି ଋଷ । ଏଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି।ଋଷ-ୟୁକ୍ରେନ ଯୁଦ୍ଧକୁ ଦୁଇ ବର୍ଷ ବିତି ଥିବା ବେଳେ ଥମୁନି ଆକ୍ରମଣ। ଋଷ ଥରକୁ ଥର ୟୁକ୍ରେନ ଉପରେ ଭୟଙ୍କର ହାମଲା କରୁଛି ।ଚେର୍ନିହିଭ୍‌ ୟୁକ୍ରେନର ରାଜଧାନୀ କ୍ୱିଭଠାରୁ ୧୫୦ କିମି ଦୂରରେ ଅବସ୍ଥିତ । ଚେର୍ନିହିଭ୍‌ରେ ସ୍ଥିତ  ୮ ମହଲା ବିଲ୍ଡିଂ ଉପରକୁ ଅତର୍କିତ ଭାବେ ଋଷ ମିଶାଇଲ ମାଡ଼ କରିଥିଲା। ଯାହା ଫଳରେ  ବିଲ୍ଡିଂଟି ଭୁଶୁଡ଼ି ପଡ଼ିଥିବା ବେଳେ ୧୭ ଜଣଙ୍କ ମୃତ୍ୟୁ ହୋଇଛି।

ଏବଂ  ଗୁରୁତର ହୋଇଥିବା ୬୦ ଜଣଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି। ୟୁକ୍ରେନ ଉପରେ ରୁଷିଆର ଏହି ମିସାଇଲ ମାଡ଼ ପରେ ପାଶ୍ଚାତ୍ୟ ଦେଶରୁ ସହାୟତା ଲୋଡ଼ିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଏୟାର ଡିଫେନ୍ସ ସିଷ୍ଟମ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ।ଏ ସମ୍ପର୍କରେ ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି, ଆମ ପାଖରେ ମହଜୁଦ ଥିବା ସମସ୍ତ ବାୟୁ ରକ୍ଷା ଉପକରଣ ଶେଷ ହୋଇ ଗଲାଣି। ତେଣୁ ଅଧିକରୁ ଅଧିକ ଏୟାର ଡିଫେନ୍ସ ସିଷ୍ଟମ ଯୋଗାଇଦେବାକୁ  ପଶ୍ଚିମ ଦେଶମାନଙ୍କୁ ଅନୁରୋଧ କରାଯାଇଛି। ଦୁଇ ବର୍ଷରୁ ଅଧିକ ସମୟ ଧରି ଯୁଦ୍ଧ ରେ ଯୁକ୍ରେନକୁ ସହାୟତାର ହାତ ବଢ଼େଇ ଆସିଛନ୍ତି ଆମେରିକା, କାନାଡା, ବ୍ରିଟେନ୍, , ଜର୍ମାନୀ, ଫ୍ରାନ୍ସ, ଗ୍ରିସ, ସମେତ ୩୦ଟି ଦେଶ। ଅନ୍ୟପକ୍ଷେ ଭାରତ ମଧ୍ୟ ଯୁଦ୍ଧକୁ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛି ।

Leave A Reply

Your email address will not be published.