Latest Odisha News

BREAKING NEWS

ଏମ୍ସ ଭୁବନେଶ୍ୱର ସଫଳତାର ଆଉ ଏକ ପାହାଚ ଚଢ଼ିଛି

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ସଫଳତାର ଆଉ ଏକ ପାହାଚ ଚଢିଛି । ପ୍ରଥମ କରି ରାଜ୍ୟରେ ଜଣେ ବ୍ୟକ୍ତିଙ୍କ ଶରୀରରେ କୃତ୍ରିମ ମୂତ୍ରାଶୟ ସ୍ପିଙ୍କ୍ଟର(ଏୟୁଏସ) ପ୍ରତିରୋପଣ କରାଯାଇଛି। ଏମ୍ସ ର ୟୁରୋଲୋଜି ବିଭାଗ ଦ୍ବାରା କରାଯାଇଥିବା ଏହି ପ୍ରତିରୋପଣ ଓଡ଼ିଶାରେ ପ୍ରଥମ। ଏକ ସୁଦକ୍ଷ ଡାକ୍ତରୀ ଦଳ ଏହି ପ୍ରତିରୋପଣ ପ୍ରକ୍ରିୟାକରିଥିଲେ। ଏହା ଗୁରୁତର ମୂତ୍ର ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ଉନ୍ନତମାନର ଜୀବନ ପ୍ରଦାନ କରିବାରେ ସହାୟକ ହେବ। ପୂର୍ବରୁ ଏହି ପ୍ରତିରୋପଣ କେବଳ ଦେଶର କିଛି ବଡ଼ ସହରରେ ହେଉଥିଲା କିନ୍ତୁ ବର୍ତ୍ତମାନ ଏମ୍ସ ଭୁବନେଶ୍ୱରରେ ଏହା ସଫଳ ହୋଇପାରିଛି ।

ଏୟୁଏସ୍‌ ହେଉଛି ଏକ ଅତ୍ୟାଧୁନିକ ଉପକରଣ ଯାହା ମୂତ୍ରବାହି ନଳୀରେ ନିୟନ୍ତ୍ରକ ଭାବେ କାର୍ଯ୍ୟ କରିବା ସହ  ଅନିୟନ୍ତ୍ରିତ ପରିସ୍ରାରୁ ମୁକ୍ତି ଦେବ । ଏହି ପ୍ରତିରୋପଣ କାର୍ଯ୍ୟକ୍ରମ ଦକ୍ଷ, ଅତ୍ୟାଧୁନିକ ଜ୍ଞାନକୌଶଳରେ ବିଜ୍ଞ ୟୁରୋଲୋଜିଷ୍ଟ ଦ୍ୱାରା ପରିଚାଳିତ ହେବ ଏମ୍ସ ଭୁବନେଶ୍ୱରରେ । ଏୟୁଏସ୍‌ ପ୍ରତିରୋପଣ ସେବା ବିଷୟରେ ଅଧିକ ସୂଚନା ପାଇଁ ରୋଗୀମାନେ ଏମ୍ସ ଭୁବନେଶ୍ୱର ୟୁରୋଲୋଜି ବିଭାଗ ସହିତ ଯୋଗାଯୋଗ କରିପାରିବେ। ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ୱାସ ଏହି ଅତ୍ୟାଧୁନିକ ଏୟୁଏସ୍‌ ପ୍ରତିରୋପଣ ସେବା ନେଇ ଖୁସି ବ୍ୟକ୍ତ କରିବା ସହ ବିଶେଷଜ୍ଞ ଡାକ୍ତରୀ ଦଳ ଏବଂ ୟୁରୋଲୋଜି ବିଭାଗକୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ଡା. ବିଶ୍ୱାସ କହିଛନ୍ତି ଏହି ସେବା ପାଇଁ ପୂର୍ବରୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ପଡ଼ୁଥିଲା ଏବେ ଏମ୍ସରେ ଏହା ଆରମ୍ଭ ହେବା ଦ୍ୱାରା ରାଜ୍ୟର ଲୋକମାନେ ଏହି ସେବା ପାଇଁ ଆଉ ବାହାରକୁ ଯିବାକୁ ପଡିବନି ଏମ୍ସ ଭୁବନେଶ୍ୱରରେ ରୋଗୀମାନେ ଚିକିତ୍ସିତ ହୋଇପାରିବେ ।

Leave A Reply

Your email address will not be published.