Latest Odisha News

BREAKING NEWS

ପିଲାଙ୍କୁ ସେରେଲାକ୍ ଦେଉଥିଲେ ସାବଧାନ, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: ଆପଣଙ୍କ ପିଲାଙ୍କୁ ଦେଉଛନ୍ତି କି ସେରେଲାକ୍? ଯଦି ହଁ ତେବେ ହୋଇଯାଆନ୍ତୁ ସାବଧାନ । ସର୍ଭେ ରିପୋର୍ଟରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ଭାରତରେ ଦୁଇଟି ସର୍ବାଧିକ ବିକ୍ରି ହେଉଥିବା ବେବିଫୁଡ୍‌ ବ୍ରାଣ୍ଡରେ ବହୁ ପରିମାଣର ଚିନି ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।

ସୁଇଜରଲାଣ୍ଡର କମ୍ପାନୀଗୁଡିକ ଉପରେ ଦୃଷ୍ଟି ରଖୁଥିବା ଏକ ୱେବସାଇଟ ‘ପବ୍ଲିକ ଆଇ’ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଇଂଲଣ୍ଡ, ଜର୍ମାନୀ, ସ୍ୱିଜରଲ୍ୟାଣ୍ଡ ଏବଂ ଅନ୍ୟାନ୍ୟ ବିକଶିତ ଦେଶରେ ବିକ୍ରୟ କରାଯାଉଥିବା ନେଷ୍ଟଲେ ବେବିଫୁଡ ଚିନିମୁକ୍ତ ଅଟେ । କିନ୍ତୁ ଭାରତରେ ବିକ୍ରୟ କରାଯାଉଥିବା ନେଷ୍ଟଲେ ବେବି ଫୁଡରେ ଚିନିର ପରିମାଣ ୩ ଗ୍ରାମ ରୁ ଅଧିକ ଥିବା ବେଳେ ଆଫ୍ରିକାର ଇଥିଓପିଆ ଏବଂ ଏସିଆର ଥାଇଲ୍ୟାଣ୍ଡ ଭଳି ଦେଶରେ ନେଷ୍ଟଲେ ଦ୍ଵାରା ବିକ୍ରୟ କରାଯାଉଥିବା ବେବିଫୁଡରେ ୬ ଗ୍ରାମରୁ ଅଧିକ ଚିନି ରହିଥିବା ସୂଚନା ମିଳିଛି। ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱର ସର୍ବବୃହତ ଉପଭୋକ୍ତା ସାମଗ୍ରୀ କମ୍ପାନୀ ନେଷ୍ଟ୍‌ଲେ ବିଭିନ୍ନ ଦେଶରେ ଶିଶୁ ଦୁଗ୍ଧ ଏବଂ ଶସ୍ୟ ଉତ୍ପାଦନରେ ଚିନି ଏବଂ ମହୁ ମିଶାଇଥାଏ, ଯାହା ମେଦବହୁଳତା ଏବଂ ଭିନ୍ନ ଭିନ୍ନ ରୋଗ ସୃଷ୍ଟିକାରୀ।

ସୂଚନାଯୋଗ୍ୟ ଯେ, ଜାରି ହୋଇଥବା ଏହି ରିପୋର୍ଟ ଅନୁସାରେ ନେଷ୍ଟଲେ ଆନ୍ତର୍ଜାତୀୟ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରିଛି । ତେବେ ଏହି ଉଲ୍ଲଂଘନ କେବଳ ଏସୀୟ, ଆଫ୍ରିକୀୟ ଏବଂ ଲାଟିନ୍ ଆମେରିକୀୟ ଦେଶରେ ଦେଖିବାକୁ ମିଳିଛି । କହିରଖୁଛୁ ଯେ, ନେଷ୍ଟଲେ ସ୍ବିଜରଲ୍ୟାଣ୍ଡର ଏକ ପ୍ରସିଦ୍ଧ କମ୍ପାନୀ, ଯାହାର ଉତ୍ପାଦ ସମଗ୍ର ବିଶ୍ୱରେ ବିକ୍ରି ହୁଏ । ନେଷ୍ଟଲେ ୨୦୨୨ରେ ଭାରତରେ ୨୦,୦୦୦ କୋଟିରୁ ଅଧିକ ମୂଲ୍ୟର ବେବିଫୁଡ ବିକ୍ରି କରିଛନ୍ତି।

 

 

Leave A Reply

Your email address will not be published.